Pratidin TV

Odisha's Digital News Platform

ଭୟ ବଢାଉଛି ଜିମ୍ : ପୁଣି ୱାକ୍‌ଆଉଟ୍ ସମୟରେ ଚାଲିଗଲା ଏହି ଅଭିନେତାଙ୍କ ଜୀବନ

1 min read

ନୂଆଦିଲ୍ଲୀ : ପୁଣି ଆଉଜଣେ ଜଣାଶୁଣା ଅଭିନେତାଙ୍କ ଜୀବନ ନେଲା ଜିମ୍ । ଟେଲିଭିଜନ ଜଗତରୁ ପୁଣି ଲିଭିଜିବ ଏହି ଚର୍ଚ୍ଚିତ କଳାକାରଙ୍କ ନାମ । ସେ ହି କଳାକର ଜଣଙ୍କ ହେଉଛନ୍ତି ଛୋଟ ପରଦାର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ । ଜିମରେ ୱାକଆଉଟ/ ବ୍ୟାୟାମ କରୁଥିବାବେଳେ ହଠାତ୍ ଅଚେତ୍ ହୋଇପଡିଥିଲେ ସିଦ୍ଧାନ୍ତ । ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସିଦ୍ଧାନ୍ତଙ୍କର ଅକାଳ ବିୟୋଗର ହିନ୍ଦୀ ଟେଲିଭିଜନ ଦୁନିଆକୁ ଶକ୍ତ ଝଟ୍କା ଦେଇଛି।

ତେବେ ତାଙ୍କର ମୃତ୍ୟୁ ହୃଦ୍‌ଘାତରୁ ହୋଇଛି ବୋଲି କହିଛନ୍ତି ଡାକ୍ତର । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ବୟସ ହୋଇଥିଲା । ସିଦ୍ଧାନ୍ତ ମଡେଲ ଆଲେସିଆ ରାଉତଙ୍କୁ ବିବାହ କରିଥିଲେ। ତାଙ୍କ ପୂର୍ବରୁ ସିଦ୍ଧାନ୍ତ ମିଡିଆ କର୍ମଚାରୀ ଇରା ଚୌଧୁରୀଙ୍କୁ ବିବାହ କରିଥିଲେ। ତାଙ୍କ ପ୍ରଥମ ପିତ୍ନୀଙ୍କର ଏକ ଝିଅ ଡିଜା ଥିବାବେଳେ, ପତ୍ନୀ ଆଲେସିଆଙ୍କର ପାଖରୁ ପୁଅଟିଏ ଅଛି। ଟେଲିଭିଜନ୍ ଜଗତରେ ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ଜଣେ ଲୋକପ୍ରିୟ ଚେହେରା ଥିଲେ।

Advertisement

ସିଦ୍ଧାନ୍ତ ଅନେକ ଲୋକପ୍ରିୟ ଶୋ ରେ କାମ କରିଛନ୍ତି । ବର୍ତ୍ତମାନ ମଧ୍ୟ ସେ କିଛି ସିରିଏଲ ଗୁଡିକରେ କାମ କରୁଥିଲେ । ଲୋକପ୍ରିୟ ଟିଭି ଶୋ, କଣ୍ଟ୍ରୋଲ୍ ରୁମ୍, ଜିଦ୍ଦି ଦିଲ୍ ମାନେ ନା ଏବଂ କ୍ୟୁଁ ରିସ୍ତୋ ମେଁ ଖଟ୍ଟି ବଟ୍ଟି, କସୌଟି ଜିନ୍ଦେଗୀ କେ, ମମତା, କ୍ରିଷ୍ଣା ଅର୍ଜୁନ, ଭାଗ୍ୟବିଧାତା, ବିରୁଦ୍ଧ, ସୂର୍ଯ୍ୟପୁତ୍ର, କର୍ଣ୍ଣ, ୱାରିସ ଭଳି ଶୋରେ ସେ କାମ କରିଥିଲେ। ନିକଟରେ କିଛି ଦିନ ପୂର୍ବରୁ ବହୁ ଚର୍ଚ୍ଚିତ କମେଡିଆନଙ୍କ ଏଭଳି ସ୍ଥିତିରେ ମୃତ୍ୟୁ ହୋଇଥିଲା । ତେବେ ପୁଣି ଜିମ୍‌ରେ ସିଦ୍ଧାନ୍ତଙ୍କୁ କାର୍ଡିଆକ ଆରେଷ୍ଟ ବା ହାର୍ଟଆର୍ଟାକ୍‌ରେ ମୃତ୍ୟୁ ହେବା ପରେ ସାରା ଇଣ୍ଡଷ୍ଟ୍ରିରେ ଜିମ୍‌କୁ ନେଇ ଏକ ଭୟର ମାହୋଲ ଦେଖାଦେଇଛି ।

Leave a Reply

Your email address will not be published. Required fields are marked *