Pratidin TV

Odisha's Digital News Platform

ଆସିଲା ଦୁଃଖ ଖବର , ୱାଏନାଡ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ନିଖୋଜ ..

1 min read

କେରଳ ଆଖିରେ ଲୁହ । ପ୍ରକୃତିର ତାଣ୍ଡବ ଆଣିଦେଇଛି ଦୁଃଖ  । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଦେଖିବାକୁ ମିଳୁଛି ଅଜଣା ଶବ । ମାତ୍ର କେଇ ଘଣ୍ଟା ଭିତରେ ବଦଳିଛି ୱାଏନାଡ । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ କେରଳ ଆଜି ଛାରଖାର ହୋଇଯାଇଛି  ।ଆଜି  ପ୍ରକୃତିର  ତାଣ୍ଡବରେ ଗୁମୁରୀ ଗୁମୁରୀ କାନ୍ଦୁଛି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ସବୁଠୁ ବଡ଼ ଖବର । କେରଳ ବୁଲିବାକୁ ଯାଇ ନିଖୋଜ ଅଛନ୍ତି ଓଡ଼ିଆ  ଡାକ୍ତର ।ନିଖୋଜ ଓଡ଼ିଆ ପୁଅ ଜଣକ ହେଲେ କଟକ ଚୌଦ୍ବାର ହାଉସିଂ ବୋର୍ଡର ଡାକ୍ତର ବିଷ୍ଣୁପ୍ରସାଦ ଚିନାରା।

ବିଷ୍ଣୁପ୍ରସାଦ ନିଖୋଜ ନେଇ ସୂଚନା ଦେଇଛନ୍ତି ବାପା ଅମର ଚିନାରା। ପୁଅବୋହୂ ତାଙ୍କ ଦୁଇ ବନ୍ଧୁଙ୍କ ସହ ଜୁଲାଇ ୨୬ରେ କେରଳ ଯାଇଥିଲେ। ଭୂସ୍ଖଳନରେ ପୁଅ ନିଖୋଜ ଥିବା ବୋହୂ ଠାରୁ ଜାଣିବାକୁ ପାଇଥିବା କହିଛନ୍ତି ବିଷ୍ଣୁଙ୍କ ବାପା।ସୂଚନା ଅନୁସାରେ, ଆଜି ଭୋରୁ ଓ୍ୱାୟନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ରାତି ଗୋଟାଏରେ ମୁବାଡକାଇରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହାପରେ ଭୋଅର ସମୟରେ ଜିଲ୍ଲାରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା। ଫଳରେ ଘର-ଦ୍ୱାର ଭାସିଯିବା ସହ ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡି ଯିବାରୁ ତିନୋଟି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

Leave a Reply

Your email address will not be published. Required fields are marked *