Pratidin TV

Odisha's Digital News Platform

ଓ୍ୱାଏନାଡ ଭୂସ୍ଖଳନ ଘଟଣା :୧୦୦ ଟପିଲା ମୃତ୍ୟୁ ସଂଖ୍ୟା..

1 min read

 କେରଳ ଆଖିରେ ଲୁହ । ପ୍ରକୃତି ଦେଖାଇଛି କରାଳ ରୂପ  । କେଉଁଠି ଭଙ୍ଗା ଚଟାଣ ତଳୁ ମିଳୁଛି କ୍ଷତବିକ୍ଷତ ଶବ ପୁଣି କେଉଁଠି ପାଣିରେ ଭାସୁଛି ଅଜଣା ଶବ । କେଇଘଣ୍ଟା ଭିତରେ ବଦଳିଛି କେରଳର ଚିତ୍ର  । ପର୍ଯଟନ ଓ ପ୍ରକୃତି ପାଇଁ ପର୍ଯ୍ୟଟକଙ୍କ ପସନ୍ଦର ସ୍ଥାନ ଥିବା କେରଳ ଆଜି ଛାରଖାର ହୋଇଛି । ପ୍ରକୃତି ତାଣ୍ଡବରେ ଗୁମୁରୀ ଗୁମୁରୀ କାନ୍ଦୁଛି କେରଳ । ଆଜି ପ୍ରକୃତି ତାର ତାଣ୍ଡବ ରଚିବା ପରେ  ପରେ ଆଜି ଶ୍ରୀହୀନ ହୋଇପଡିଛି ସାରା ଅଂଚଳ । ଏବେ ଚାରିଆଡେ ପଡିଛି ହାହାକାର ସବୁଠି ଶୁଭୁଛି ବଞ୍ଚାଅ ଆଉ ବଞ୍ଚାଅ ର ଚିତ୍କାର  ।କେରଳ ୱାୟନାଡରେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶହେ ପାର୍ ହୋଇଛି।

ଆଜି ସନ୍ଧ୍ୟା ସୁଦ୍ଧା ୧୦୬ ଜଣଙ୍କ ମୃତଦେହ ଉଦ୍ଧାର ହୋଇ ଥିବାବେଳେ ଏବେ ମଧ୍ୟ ଶତାଧିକ ଲୋକ ମାଟି ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି  ।  ସୂଚନା ଅନୁସାରେ, ଆଜି ଭୋରୁ ଓ୍ୱାୟନାଡର ମୋପ୍ପାଡି, ମୁବାଡକାଇ ଏବଂ ଚୁରାଲ ମାଲା ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହୋଇଥିଲା। ରାତି ଗୋଟାଏରେ ମୁବାଡକାଇରେ ପ୍ରଥମେ ଭୂସ୍ଖଳନ ହୋଇଥିଲା। ଏହାପରେ ଭୋଅର ସମୟରେ ଜିଲ୍ଲାରେ ଆଉ ଦୁଇଟି ଭୂସ୍ଖଳନ ହୋଇଥିଲା। ଫଳରେ ଘର-ଦ୍ୱାର ଭାସିଯିବା ସହ ଅନେକ ରାସ୍ତା ଧୋଇ ହୋଇଯାଇଛି। ବିଭିନ୍ନ ସ୍ଥାନରେ ପୋଲ ମଧ୍ୟ ଭୁଶୁଡି ଯିବାରୁ ତିନୋଟି ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି।

Leave a Reply

Your email address will not be published. Required fields are marked *