ସାନିଆ-ସୋଏବଙ୍କ ବିବାହ ବିଚ୍ଛେଦର କାରଣ, ଭାଇରାଲ ହେଉଛି ଫଟୋ ..
1 min readନୂଆଦିଲ୍ଲୀ : ଭାରତୀୟ ଟେନିସ୍ ଖେଳାଳୀ ସାନିଆ ମିର୍ଜା ଓ ତାଙ୍କ ପତି ସୋଏବ ମଲ୍ଲିକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘଦିନ ଧରି ଏହି ଖବର ଆସୁଛି ଯେ , ପାକିସ୍ତାନୀ କ୍ରିକେଟର ସୋଏବ ଓ ସାନିଆଙ୍କ ମଧ୍ୟରେ ବିବାହ ବିଚ୍ଛେଦ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏସବୁ ପଛର କାରଣ କ’ଣ ସେନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ପୂର୍ବରୁ ଉଭୟ ଅଲଗା ରହୁଥିବା ନେଇ ଚର୍ଚ୍ଚା ହେଉଥିଲା, ହେଲେ ଏବେ ଅଫିସିଆଲି ସେମାନଙ୍କର ଛାଡ଼ପତ୍ର ହୋଇଥିବା ପାକିସ୍ତାନର କିଛି ଗଣମାଧ୍ୟମ ସଂସ୍ଥା ଦାବି କରୁଛନ୍ତି।
ବର୍ତ୍ତମାନ ଚର୍ଚ୍ଚା ହେଉଛି ଯେ ସୋଏବ କୁଆଡ଼େ ସାନିଆଙ୍କୁ ଧୋକା ଦେଇଛନ୍ତି। ଯେଉଁଥିପାଇଂ ଉଭୟଙ୍କ ସର୍ମ୍ପକ ଛାଡପତ୍ରରେ ଯାଏ ପଡହଞ୍ଚିଛି । ନିକଟରେ ସୋଏବଙ୍କର କିଛି ପୁରୁଣା ଫଟୋ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସୋଏବଙ୍କ ସହ ପାକ୍ ସବୁଠାରୁ ଫ୍ୟାଶନେବଲ୍ ଏବଂ ଷ୍ଟାଇଲିସ୍ ଅଭିନେତ୍ରୀ ଆୟେଶା ଓମାର୍ଙ୍କୁ ଦେଖିବାକୁ ମିଳୁଛି ।
ପାକିସ୍ତାନର ହାଇଏଷ୍ଟ୍ ପେଡ୍ ଆକ୍ଟ୍ରିସ୍ ଆୟେସା ଓମାର ସୋଏବ ମଲ୍ଲିକଙ୍କ ଘନିଷ୍ଠ ବନ୍ଧୁ ବୋଲି କୁହାଯାଉଛି। ଆୟେସା ହିଁ ସୋଏବ-ସାନିଆଙ୍କ ଛାଡ଼ପତ୍ର ପଛର କାରଣ। ଆଉ ଆୟେସାଙ୍କ ପାଇଁ ହିଁ ତୁଟିବାକୁ ଯାଉଛି ସାନିଆ ଓ ସୋଏବଙ୍କ ୧୨ ବର୍ଷର ସମ୍ପର୍କ। ପ୍ରାୟ ବର୍ଷକ ତଳେ ଅର୍ଥାତ୍ ୨୦୨୧ ମସିହାରେ ସୋଏବ ଓ ଆୟେସା ଏକ ବୋଲ୍ଡ ଫୋଟ ଶୁଟ୍ ନଜର ଆସିଥିଲେ। ପରେ ଏକ ସାକ୍ଷାତକାରରେ ସୋଏବ କୁଆଡ଼େ ଆୟେସାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ। ଏହି ଫଟୋ ଶୁଟ୍ ପରେ ସୋଏବ ଓ ଆୟେସାଙ୍କ ମଧ୍ୟରେ ଧୀରେ ଧୀରେ ଘନିଷ୍ଠତା ବଢିଥିଲା ଏବଂ ସୋଏବ-ସାନିଆଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଉଭୟଙ୍କ ମଧ୍ୟରେ ପରକୀୟା ପ୍ରୀତି ଥିବା ଚର୍ଚ୍ଚା ହେଉଛି।
କିନ୍ତୁ ଏହି ବାବଦରେ ଅନେକ କଳ୍ପନା ଜଳ୍ପନା ଚାଲିଥିଲେ ମଧ୍ୟ ପତୀ-ପତ୍ନୀ ଏବଂ ଆୟେସା ନିଜର କିଛି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି