କେମୋଥେରାପି ପରେ ହିନା ହୋଇଗଲେ ସମ୍ପୂର୍ଣ୍ଣ ଲଣ୍ଡା , ଟୋପି ପିନ୍ଧି ସେୟାର କଲେ ଭିଡିଓ ..
1 min readଟେଲିଭିଜନ ଅଭିନେତ୍ରୀ ହିନା ଖାନ । ବର୍ତ୍ତମାନ ସେ ସ୍ତନ କର୍କଟ ରୋଗରେ ପୀଡିତ ଅଛନ୍ତି । ସୋସିଆଲ ମିଡ଼ିଆ ମାଧ୍ୟମରେ ତାଙ୍କର ଫ୍ୟାନ୍ସ ମାନଙ୍କୁ ସର୍ବଦା ତାଙ୍କ ହେଲଥ ଅପଡେଟ ଦେଇ ଆସୁଛନ୍ତି । ସ୍ତନ କର୍କଟ ର ତୃତୀୟ ପର୍ଯ୍ୟାୟରେ ହିନା ଅଛନ୍ତି। ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅନେକ ଆହ୍ୱାନର ସମ୍ମୁଖୀନ ହେବା ସତ୍ତ୍ୱେ ହିନା ଖାନ ସ୍ତନ କର୍କଟ ବିରୋଧରେ ଲଢେଇ କରୁଛନ୍ତି | କର୍କଟ ରୋଗ ଲଢ଼ୁଥିବା ଅଭିନେତ୍ରୀଙ୍କ ସକାରାତ୍ମକତା ଶୈଳୀକୁ ପ୍ରଶଂସକମାନେ ବେଶ ପସନ୍ଦ କରୁଛନ୍ତି। ସମସ୍ତେ ତାଙ୍କର ଉତ୍ସାହକୁ ବହୁତ ପ୍ରଶଂସା କରୁଛନ୍ତି | ଛୋଟ କେଶ କାଟିବା ପରେ ଏବେ ହିନା ଖାନ ସଂପୂର୍ଣ୍ଣ ଭାବେ ଲଣ୍ଡା ହୋଇଛନ୍ତି | ନିକଟରେ ଅଭିନେତ୍ରୀ ଏକ ନୂଆ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜର କେଶ ଦେଖାଇଛନ୍ତି |
ପ୍ରଶଂସକଙ୍କ ସହ ସେ ନିଜ ସ୍କିନ କେୟାର ରୁଟିନ ସେୟାର କରିଛନ୍ତି | ଗତକାଲି ରାତିରେ ହିନା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ବିଜ୍ଞାପନ ର ପ୍ରମୋଟ କରି ସେୟାର କରିଛନ୍ତି। ଭିଡିଓରେ ସେ ଧଳା ରଙ୍ଗର ଟି-ସାର୍ଟ ଏବଂ କଳା ରଙ୍ଗର ଟୋପି ପିନ୍ଧିଥିବାର ଦେଖିବାକୁ ମିଳିଛି । ଏହି ଟୋପି ପିନ୍ଧି ହିନା ମୁଣ୍ଡ ଘୋଡାଇଥିବାର ଦେଖିବାକୁ ମିଳିଛି | ସେୟାର ହୋଇଥିବା ଭିଡିଓରେ, ହିନା ଖାନ ତାଙ୍କ ମୁଣ୍ଡରୁ ସମସ୍ତ କେଶ କାଟିବା ପରେ ମଧ୍ୟ ସାହସର ସହିତ ସ୍କିନ୍ କେୟାର ବ୍ରାଣ୍ଡକୁ ପ୍ରୋମଟ କରୁଛନ୍ତି। ଏହି ସମୟରେ ଅଭିନେତ୍ରୀ ନୋ-ମେକଅପ୍ ଲୁକ ରେ ଦେଖିବାକୁ ମିଳିଛି | ଅଭିନେତ୍ରୀଙ୍କ ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ପ୍ରଶଂସକମାନେ ଅଭିନେତ୍ରୀଙ୍କୁ କର୍କଟ ଚିକିତ୍ସା ମଧ୍ୟରେ ନିଜର ବାଳ ଦେଖାଇଥିବାରୁ ପ୍ରଶଂସା କରିଥିଲେ। ଏହି ଭିଡିଓରେ, ସେଲିବ୍ରେଟ୍ ଙ୍କ ଠାରୁ ଆରମ୍ଭ କରି ପ୍ରଶଂସକମାନେ ହିନା ଖାନ୍ ଙ୍କୁ ବହୁତ ସମର୍ଥନ କରିଥିଲେ |