Pratidin TV

Odisha's Digital News Platform

ଆଜିଠୁ ନୂଆ ରୂପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ ।

1 min read

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଦୀର୍ଘ ୩ ମାସପରେ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ । ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ମେ ୧ ତାରିଖରୁ ବନ୍ଦ ରହିଥିଲା । ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି ଦେବାପାଇଁ ଚଳିତବର୍ଷ ଡାଙ୍ଗମାଳ ଠାରେ ୧୫ ଫୁଟ ଉଚ୍ଚରେ ବନ ବିଭାଗ କରିଛି ସ୍କାଏ ୱାକ୍ ।

ଏହା ଉପର ଦେଇ ଯିବା ବେଳେ ପର୍ଯ୍ୟଟକମାନେ ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବା ସହ ଜାତିଜାତିକା ପକ୍ଷୀ, ହରିଣ ଓ ସରୀସୃପମାନଙ୍କୁ ଦେଖିବାକୁ ପାଇବେ ।

Advertisement

ଏହା ବ୍ୟତୀତ ଭିତରକନିକାରେ ପ୍ରବାହିତ ନଦୀ ମଧ୍ୟରେ ରହଣି ପାଇଁ ମଧ୍ୟ ଚଳିତବର୍ଷ ୪ଟି କାଟା ମେରାଇନ ବୋଟର ସୁବିଧା ରହିଛି । 

Leave a Reply

Your email address will not be published. Required fields are marked *