Pratidin TV

Odisha's Digital News Platform

ଆଜି ସମ୍ବଲପୁରୀ ଦିନ୍ , ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ..

1 min read

ଆଜି ପଶ୍ଚିମ ଓଡ଼ିଶା ପାଳୁଛି ସମ୍ବଲପୁରୀ ଦିନ୍ । ଭାଷା ସାହିତ୍ୟର ପୁରୋଧା ସତ୍ୟନାରାୟଣ ବୋହିଦାରଙ୍କ ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ପୋଷାକ ସହ ଜମୁଛି ନାଚ ଗୀତର ଆସର । ଆଜି ଦିନରେ ସମ୍ବଲପୁରୀ ଖାଇବା ସାଙ୍ଗକୁ ନୃତ୍ୟ ଗୀତରେ ବିଭୋର ହୁଅନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ସମ୍ବଲପୁରୀ ଭାଷା ଓ ସଂସ୍କୃତିର ପ୍ରଚାର ହିଁ ଏହି ଦିନର ଏକମାତ୍ର ଲକ୍ଷ୍ୟ । ଆଜି ହେଉଛି ବିଶିଷ୍ଟ ସାହିତ୍ୟିକ ତଥା ସମ୍ବଲପୁରୀ କବି ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ୧୦୮ ତମ ଜନ୍ମ ଦିବସ।

ଏହି ଅବସରରେ ପ୍ରତିବର୍ଷ ଅଗଷ୍ଟ ୧କୁ ‘ସମ୍ବଲପୁରୀ ଦିନ୍‌’ ଭାବେ ପାଳନ କରାଯାଉଛି । ତେବେ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ `X’ରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ସ୍ୱର୍ଗତ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ସାହିତ୍ୟର ଗରିମା ବୃଦ୍ଧି କରିବାରେ ତାଙ୍କର ତ୍ୟାଗ ଓ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ ବୋଲି ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *