Pratidin TV

Odisha's Digital News Platform

ପଶ୍ଚିମ ଓଡ଼ିଶା ପାଳୁଛି ‘ସମ୍ବଲପୁରୀ ଦିନ୍’ , ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ..

1 min read

ଆଜି ପଶ୍ଚିମ ଓଡ଼ିଶା ପାଳୁଛି ‘ସମ୍ବଲପୁରୀ ଦିନ୍’ । ସମ୍ବଲପୁରୀ ପୋଷକା ପିନ୍ଧି ମା’ ସମଲେଇଙ୍କୁ ପୂଜାର୍ଚ୍ଚାନା କରୁଛନ୍ତି ପଶ୍ଚିମ ଓଡ଼ିଶାବସୀ । ବିଶିଷ୍ଟ ସମ୍ବଲପୁରୀ ଲେଖକ ତଥା ସମ୍ବଲପୁରୀ ଭାଷାରେ ବ୍ୟାକରଣ ଲେଖି ଚର୍ଚ୍ଚାକୁ ଆସିଥିବା ସ୍ବର୍ଗତ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନକୁ ପଶ୍ଚିମ ଓଡିଶା ସମ୍ବଲପୁରୀ ଦିନ୍ ଭାବରେ ପାଳନ କରିଥାଏ ।

ଖାଏମା ସମ୍ବଲପୁରୀ, ପିନ୍ଧମା ସମ୍ବଲପୁରୀ, ନାଚମା ଗାଏମା ସମ୍ବଲପୁରୀ ଏହି ବାର୍ତ୍ତାକୁ ନେଇ ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କୁ ମନେ ପକେଇ ଆଜି ସମ୍ବଲପୁରୀ ଦିନ୍ ପାଳନ କରିଥାନ୍ତି ପଶ୍ଚିମ ଓଡ଼ିଶାବାସୀ । ତେବେ ‘ସମ୍ବଲପୁରୀ ଦିନ୍’ ଅବସରରେ ସମ୍ବଲପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଭିଡିଓ ବାର୍ତ୍ତା ଦେଇ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisement

Leave a Reply

Your email address will not be published. Required fields are marked *