Pratidin TV

Odisha's Digital News Platform

ସାମ୍ବାଦିକା ମଧୁମିତା ମୃତ୍ୟୁରେ ନୂଆ ମୋଡ , ବନ୍ଦ ଘରୁ ମିଳିଲା ମଧୁଙ୍କ ହାତଲେଖା ଚିଠି ।

1 min read

ଦିନକୁ ଦିନ ରହସ୍ୟ ଘେରକୁ ଯାଉଛି ସାମ୍ବାଦିକା ମଧୁମିତାଙ୍କ ମୃତ୍ୟୁ ମାମାଲା । ଧିରେ ଧିରେ ମଧୁଙ୍କ ଘଟଣା ନେଉଛି ନୂଆ ନୂଆ ମୋଡ । ତେବେ ଆଜି ଧଉଳି ପୋଲିସ ମଧୁଙ୍କ ସ୍ୱାମୀ ଶ୍ରୀଧରଙ୍କୁ ରିମାଣ୍ଡରେ ନେଇ , ମଧୁ –ଶ୍ରୀଧର ରହୁଥିବା ଭଡା ଘରେ ଛାନ ଭିନ୍ କରିଥିଲା । ଆଉ ସେଥିରୁ ମଧୁଙ୍କ ଏକ ହାତଲେଖା ଚିଠି ମିଳିଛି । ତେବେ ସେ ଚିଠିରେ କଣ ଲେଖିଛନ୍ତି ମଧୁ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ବର୍ତ୍ତମାନ ସେଇ ଚିଠି ହିଁ ଏକମାତ୍ର ଜରିଆ ଯାହା ପୁରା ଘଟଣାର ସତ ସଭିଙ୍କ ସାମ୍ନାକୁ ଆଣିପାରେ ।

ଅନ୍ୟପଟେ ରିମାଣ୍ଡରେ ଆସି ମୁହଁ ଫିଟାଇଛନ୍ତି ମଧୁମିତାଙ୍କ ସ୍ୱାମୀ ଶ୍ରୀଧର । ଆଉ ମୁହଁ ଖୋଲି କହିଛନ୍ତି ଯେ ସେ ମଧୁଙ୍କୁ କେତେ ଭଲ ପାଆନ୍ତି । କିନ୍ତୁ ମଧୁ ସବୁବେଳେ ତାଙ୍କୁ ସନ୍ଦେହ ନଜରରେ ଦେଖନ୍ତି । ମଧୁଙ୍କ ସେ ଏତେ ଭଲ ପାଉଥିଲେ ଯେ ମଧୁଙ୍କ ପଢା ଖର୍ଚ୍ଚ ଠାରୁ ଆରମ୍ଭ କରି ସବୁ ଖର୍ଚ୍ଚ ଶ୍ରୀଧର ଉଠାଉଥିବା କହିଛନ୍ତି । ତେବେ ଏସବୁ ଭିତରେ କିଏ ସତ କହୁଛି ଆଉ କିଏ ମିଛ କହୁଛି ତାହା ଆଗକୁ ଜଣାପଡିବ ବୋଲି ଧଉଳି ପୋଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *