Pratidin TV

Odisha's Digital News Platform

ଗଣଶିକ୍ଷା ବିଭାଗର ବଡ ଘୋଷଣା : ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ଦେବେ ଦକ୍ଷତା ପରୀକ୍ଷା

1 min read

ଭୁବନେଶ୍ୱର : ଏଣିକି ଷଷ୍ଠ,ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଦେବାକୁ ପଡିବ ପରୀକ୍ଷା । ଯିବା ପୂର୍ବରୁ ଛାତ୍ରଛାତ୍ରୀଙ୍କର ହେବ ଦକ୍ଷତା ଯାଞ୍ଚ। ପିଲାଙ୍କ ବୌଦ୍ଧିକ ବିକାଶ କେତେ ହୋଇଛି?

କରୋନା କ୍ଷତିପୂରଣ ବାବଦକୁ ପ୍ରଦାନ କରାଯାଇଥିବା ଲର୍ଣ୍ଣି ରିକଭରୀ ପ୍ରୋଗ୍ରାମ କେତେଦୂର ସଫଳ ହୋଇଛି ତାହା ଜାଣିବା ପାଇଁ ଲାଗୁ ହେବ ଦକ୍ଷତା ଯାଞ୍ଚ ବ୍ୟବସ୍ଥା । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ପାଇଁ ହେବ ଏକ ସ୍ୱତନ୍ତ୍ର ପରୀକ୍ଷା । ପିଲାମାନେ ନିଜ ସ୍କୁଲରେ ଏହି ପରୀକ୍ଷା ଦେବେ ଓ ପାଖ ସ୍କୁଲର ଶିକ୍ଷକମାନେ ପରୀକ୍ଷା ଖାତା ଦେଖିବେ । ରାଜ୍ୟ ଶୈକ୍ଷିକ ଗବେଷଣା ଓ ଟ୍ରେନିଂ ପରିଷଦ (ଏସସିଇଆରଟି) ଏହି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଚଳିତ ବର୍ଷଠାରୁ ଏହା ଲାଗୁ କରାଯିବ ।

Advertisement

ତେବେ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ବିଫଳ ହେଲେ, ତାଙ୍କୁ ଫେଲ୍ ଧରାଯିବ ନାହିଁ। ବରଂ ଯେଉଁମାନେ ଦୁର୍ବଳ ଥିବେ ସେମାନଙ୍କ ଦକ୍ଷତା ବଢାଇବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

Leave a Reply

Your email address will not be published. Required fields are marked *