Pratidin TV

Odisha's Digital News Platform

ରିଲିଜ ପୂର୍ବରୁ  ଲିକ ହେଲା ପୁଷ୍ପା -୨!

1 min read

ବର୍ତ୍ତମାନ ସାଉଥ୍‌ ସିନେମା ପୁଷ୍ପା -୨ କୁ ନେଇ ସବୁଠି ଚର୍ଚ୍ଚା । ଦେଶ ହେଉ କି ବିଦେଶ ସମସ୍ତେ ଚାହିଁ ରହିଛନ୍ତି  ‘ପୁଷ୍ପା’-୨ ର ରିଲିଜ ତାରିଖକୁ ।  ତେବେ ଏପରି ସ୍ଥିତିରେ ‘ପୁଷ୍ପା -୨ କୁ ନେଇ ଆସିଛି ବଡ଼ ଖବର । ରିଲିଜ ପୂର୍ବରୁ  ଲିକ୍ ହୋଇଯାଇଛି   ପୁଷ୍ପା -୨। ଏବେ ଫିଲ୍ମର  କ୍ଲାଇମାକ୍ସ ଭିଡିଓ ସୋସିଆଲ ମିଡିଆରେ ଲିକ୍ ହୋଇଯାଇଛି । ସୁକୁମାରଙ୍କ ନିର୍ଦ୍ଦେଶିତ ପୁଷ୍ପା ୨ ପୂର୍ବରୁ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଏହାର ରିଲିଜ୍ ତାରିଖ ଡିସେମ୍ବର ୬କୁ ବୃଦ୍ଧି କରାଯାଇଛି ।

ହେଲେ ଫିଲ୍ମ ସେଟରୁ ଏକ ଭଡିଓ ଲିକ୍ ହୋଇଯାଇଛି ।ଗୋଟିଏ ପଟେ ପ୍ରଶଂସକମାନେ ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ଦେଖିବାକୁ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଫିଲ୍ମର କ୍ଲାଇମାକ୍ସ ଲିକ୍ ହେବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ଏହି କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି ଏହା ଫିଲ୍ମର କ୍ଲାଇମାକ୍ସ ସିନ୍ । ହେଲେ ଏହି ଭିଡିଓରେ ଆଲୁ ଅର୍ଜୁନଙ୍କୁ କୌଣସି ସ୍ଥାନରେ ଦେଖିବାକୁ ମିଳୁନାହିଁ ।

Advertisement

Leave a Reply

Your email address will not be published. Required fields are marked *