Pratidin TV

Odisha's Digital News Platform

ବଢିବ ବେକାରୀ ସମସ୍ୟା : ଟ୍ୱିଟର,ମେଟା ପରେ ଆମାଜନ କଲା ଛଟେଇ

1 min read

ନୂଆଦିଲ୍ଲୀ : ସାରା ବିଶ୍ୱକୁ ଏବେ ଘାରିଛି ଆର୍ଥିକ ମାନ୍ଦାବସ୍ଥା । ଏହି ଆର୍ଥିକ ମାନ୍ଦାବସ୍ଥା ବିଶ୍ୱର ନାମୀ କମ୍ପାନୀଗୁଡିକର ସ୍ଥିତିକୁ ଦୋହଲାଇଦେଲାଣି । ସର୍ବପ୍ରଥମେ ବିଶ୍ୱର ଧନୀ ବ୍ୟକ୍ତି ଏଲନ ମସ୍କ ଟ୍ୱିଟରକୁ ନିଜ ଅଧୀନକୁ ନେବା ପରେ । ସେଥିରେ ଅନେକ ପରିବର୍ତ୍ତନ କରିଥିଲେ । ପ୍ରଥମେ ସେ କମ୍ପାନୀରୁ କର୍ମଚାରୀ ମାନଙ୍କୁ ଛଟେଇ କରିବା ଆରମ୍ଭ କରିଦେଇଥିଲେ । ଏହାପରେ ମେଟା(ଫେସବୁକ୍‌) ମଧ୍ୟ ଏହି ପକ୍ରିୟା ନିଜ କମ୍ପାନୀରେ ଆରମ୍ଭ କରିଥିଲା । ଆଉ ଏବେ ଇ-କମର୍ସ କମ୍ପାନୀ ଆମାଜନ ତା କମ୍ପାନୀରୁ କର୍ମଚାରୀ ମାନଙ୍କୁ ଛଟେଇ କରିବାକୁ ଯୋଜନା ଚଲାଇଛି । ମିଳିଥିବା ସୂଚନା ଅନୁ୍‌ଯାୟୀ ଆମାଜନ ଚଳିତ ସପ୍ତାହରେ ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ବିଦା କରିବାକୁ ନିଷ୍ପତ୍ତି ନେଇଛି ।

କମ୍ପାନୀ ବିଶ୍ୱ ସ୍ତରରେ ୧୬ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଛି। ରିପୋର୍ଟ ମୁତାବକ, ଏହି ଛଟେଇ ମୁଖ୍ୟତଃ ଆଲେକ୍ସା ଭଳି ଉତ୍ପାଦ ନିର୍ମାତା କମ୍ପାନୀର ଡିଭାଇସ ୟୁନିଟ୍, ଏହାର ରିଟେଲ ୟୁନିଟ୍ ଏବଂ ମାନବ ସମ୍ବଳ ଟିମ୍ ଦ୍ୱାରା କରାଯିବ। ସେହିପରି ଚାକିରିରୁ ଛଟେଇ ସଂଖ୍ୟା ହ୍ରାସ କିମ୍ବା ବୃଦ୍ଧି କରାଯାଇପାରେ ବୋଲି ରିପୋର୍ଟରେ କୁହାଯାଇଛି। ତେବେ ଏନେଇ ଆମାଜନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। କିନ୍ତୁ ଏହା ପୂର୍ବରୁ ଆମାଜନ ନିଜର କର୍ମଚାରୀଙ୍କୁ ଅନ୍ୟ ସ୍ଥାନରେ ଚାକିରି ଖୋଜିବାକୁ ପୂର୍ବରୁ ଚେତାବନୀ ଦେଇଥିଲା।

Advertisement

Leave a Reply

Your email address will not be published. Required fields are marked *