Pratidin TV

Odisha's Digital News Platform

୧୬ ବର୍ଷ ପରେ ମିଳିଲା ନ୍ୟାୟ ; ୧୪ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ପାରଳାଖେମୁଣ୍ଡି ଜଜ୍।

1 min read

ଗଜପତି ; ପାରଳାଖେମୁଣ୍ଡି ରେଳି ସାହି ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଦୀର୍ଘ ୧୬ବର୍ଷ ପରେ ପ୍ରକାଶ ପାଇଥିବା ରାୟରେ ଘଟଣାରେ ସଂପୃକ୍ତ ୧୬ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୧୪ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ପାରଳାଖେମୁଣ୍ଡି ଅତିରିକ୍ତ ଜିଲା ଦୌରା ଜଜ ପ୍ରଦୀପକୁମାର ସାମଲ ।

ସେମାନେ ହେଲେ ପାରଳାଖେମୁଣ୍ଡି ଘାସି ସାହିର ସକଳମୁଖୀ ବଲ୍ଲଭ(୮୪), ଗୁରାଲୁ ବୁଡୁ(୫୬),ନାଗବଂଶ ନାଗାର୍ଜୁନ(୨୮), ପାଡାଲା ପ୍ରସାଦ(୪୭), ବାଦା ଜିଲିପି ଓରଫ ଜିଲିପି କ୍ରିଷ୍ଣା(୪୨), ନାଗବଂଶ ରାମସ୍ବାମୀ(୩୬), ଲିଆରି ସୁରେଶ(୪୨), ନାଗବଂଶ ରାମକୃଷ୍ଣ(୩୪), ସକଳମୁଖୀ ମାଧବ(୨୬), ନାଗବଂଶ ସୀମାଦ୍ରୀ(୬୨), ହରିକୃଷ୍ଣ ନାଗବଂଶ(୫୦), ନାଗବଂଶ ପଦ୍ମନ(୪୧), ନାଗବଂଶ ରାଧାକାନ୍ତ(୪୩), ଗୁରାଲୁ ଗୋପାଳ(୬୨) ବୋଲି ପବ୍ଲିକ ପ୍ରସିକ୍ୟୁଟର ବୃନ୍ଦାବନ ନାୟକ ସୂଚନା ଦେଇଛନ୍ତି । ଅନ୍ୟ ଦୁଇ ଅଭିଯୁକ୍ତ ନାଗବଂଶ ଭାସ୍କର ଓ ଜଙ୍ଗମ ହରିନାଥଙ୍କ ମୃତ୍ୟୁ ହୋଇ ସାରିଥିବା ସେ ସୂଚନା ଦେଇଛନ୍ତି ।

Advertisement

ଗତ ୨୦୦୯ ମସିହା ମାର୍ଚ୍ଚ ୧୨ତାରିଖ । ସେଦିନ ଥିଲା ହୋଲି । ସମସ୍ତେ ହୋଲି ଖେଳି ସାରିବା ପରେ ନିଜ ନିଜ ଘରେ ଖାଇ ସାରି ଶୋଇଥିବା ସମୟରେ ଦିନ ପ୍ରାୟ ୨ଟା ସମୟରେ ଉପରୋକ୍ତ ଅଭିଯୁକ୍ତମାନେ ପୂର୍ବ ଶତୃତାକୁ କେନ୍ଦ୍ର କରି ବିଭିନ୍ନ ଲୋକଙ୍କ ଘରେ ପଶି ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏପରିକି ଚିନ୍ନାବାବୁ ନାଗବଂଶ, ବାବି ଗୁରାଲୁ, ଶିବା ନାଗବଂଶ ପ୍ରମୁଖଙ୍କ ଉପରେ ପଥର ଛେଚି ଦେଇଥିଲେ । ଏହାପରେ ସାହିର ଅନ୍ୟମାନଙ୍କ ଘରେ ପଶି ମଧ୍ୟ ଆକ୍ରମଣ କରିବା ସହ ମହିଳାମାନଙ୍କୁ ମାରଧର କରିଥିଲେ । ଏହି ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିକୁ ଆୟତ କରିବା ସହ ଗୁରୁତର ଭାବେ ବ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେହି ମାସ ୧୮ତାରିଖ ଦିନ ଶିବା ନାଗବଂଶ ହସ୍ପିଟାଲରେ ହିଁ ପ୍ରାଣ ହରାଇଥିଲେ ।

Leave a Reply

Your email address will not be published. Required fields are marked *