Pratidin TV

Odisha's Digital News Platform

 ଏୟାର  ଇଣ୍ଡିଆର ବଡ଼ ଘୋଷଣା ,ସମସ୍ତ ବିମାନ ଚଳାଚଳ ଉପରେ ଲାଗିଲା ରୋକ୍..

1 min read

 ଏୟାର  ଇଣ୍ଡିଆ ଯାତ୍ରୀଙ୍କ ପାଇଁ  ବଡ଼ ଘୋଷଣା । ଉଡିବନି ଏୟାର ଇଣ୍ଡିଆ ଫ୍ଲାଇଟ୍‌। ଏୟାର ଇଣ୍ଡିଆ ତାର ଅଫିସିଆଲି ଏକ୍ସ ଆକାଉଣ୍ଟ ରେ ମଧ୍ୟ ପ୍ରାଚ୍ୟରେ ଜାରି ରହିଥିବା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛି । ଏସ୍ରାଏଲର ତେଲ ଅବିବରୁ ଆସିବାକୁ ଥିବା ଫ୍ଲାଇଟ୍‌ ଏବଂ ଯିବାକୁ ଥିବା ଫ୍ଲାଇଟ୍‌ ତତ୍କାଳ ବାତିଲ୍‌ କରିବା ପାଇଁ ନିଷ୍ପତ୍ତି ନେଇଛି । ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଏହି ଫ୍ଲାଇଟ୍‌ ବାତିଲ୍‌ ହୋଇଛି । ସୂଚନା ଥାଉକି,  ଇସ୍ରାଏଲ ଏବଂ ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଧିରେ ଧିରେ ତେଜିବାରେ ଲାଗିଛି ।

ହମାସ ଗ୍ରୁପ୍‌ର ସୁପ୍ରିମୋ ଇସ୍‌ମାଇଲ ହାନିଆଙ୍କ ହତ୍ୟା ପରେ ଚିହିଁକି ଉଠିଛି ହମାସ୍‌ । ସୁରକ୍ଷାକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଏୟାର ଇଣ୍ଡିଆ ଦିଲ୍ଲୀରୁ ତେଲ ଅବିବ୍‌ ଉଡ଼ାଣ ଭରିବାକୁ ଥିବା ଫ୍ଲାଇଟ୍‌ଗୁଡ଼ିକୁ ବାତିଲ୍‌ କରିଥିଲା। ଏହାକୁ ନେଇ ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀରୁ ତେଲ ଅବିବ୍‌ ଯିବାକୁ ଥିବା ଏଆଇ ୧୩୯ ଫ୍ଲାଇଟ୍‌ ଏବଂ ତେଲ ଅବିବ୍‌ରୁ ଦିଲ୍ଲୀ ଆସିବାକୁ ଥିବା ଏଆଇ ୧୪୦ ଫ୍ଲାଇଟ୍‌ ବାତିଲ୍‌ କରିଦିଆଯାଇଛି ।ସମସ୍ୟା କାରଣ ଦର୍ଶାଇ ତେଲ ଅବିବ୍‌ ଯିବାକୁ ଥିବା ଫ୍ଲାଇଟ୍‌ର ଉଡ଼ାଣକୁ ବାତିଲ୍‌ କରିଥିଲା। ଏନେଇ ଏୟାର ଇଣ୍ଡିଆ କହିଛି ଯେ ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସ୍ଥିତିକୁ ନଜରରେ ବର୍ତ୍ତମାନ ଉଡ଼ାଣ ବାତିଲ୍‌ କରାଯାଉଛି ।

Leave a Reply

Your email address will not be published. Required fields are marked *