ସୁନାପୁଅ ସୁନା ଜିତିଲେ ଫିଟିବ ଭାରତୀୟ ଙ୍କ ଭାଗ୍ୟ ..
1 min readକମ୍ପୁଛି କ୍ରୀଡ଼ା ମହାକୁମ୍ଭ । ଅଲିମ୍ପିକ୍ସ ରିଙ୍ଗ୍ ଏବଂ ଚିକମିକ୍ ଆଲୋକରେ ଝଲସୁଛି ଆଇଫିଲ୍ ଟାୱାର୍। ଅଗଷ୍ଟ ୧୧ ଯାଏଁ ଚାଲିବ ପ୍ରତିଯୋଗିତା । ଭାଗ ଭାଗ ୧୦ ହଜାର ୫ଶହ ଆଥଲେଟ୍ ନେଇଛନ୍ତି । ତେବେ ଏହାରି ମଧ୍ୟରେ ସମସ୍ତଙ୍କର ନଜର ରହିଛି ଭାରତର ସୁନା ପୁଅ ନୀରଜ ଚୋପ୍ରାଙ୍କ ଉପରେ । ଏବେ ନୀରଜ ଙ୍କ ଉପରେ ନିର୍ଭର କରୁଛନ୍ତି ସାରା ଭାରତୀୟ । ପ୍ୟାରିସ ଅଲିମ୍ପିକ୍ସ ରେ ୬ ଦିନରେ ଭାରତୀୟ ଦଳ ମାତ୍ର ୩ଟି ବ୍ରୋଞ୍ଜ ପଦକ ଜିତିବାରେ ସକ୍ଷମ ହୋଇଛି। ପିଭି ସିନ୍ଧୁ, ନିକହତ ଜରିନ, ରୋହନ ବୋପନାଙ୍କ ପରି ଭେଟେରାନମାନେ ଅଲିମ୍ପିକରୁ ବାଦ ପଡିଛନ୍ତି ।
ଏବେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ନୀରଜ ଚୋପ୍ରାଙ୍କ ଉପରେ ଭାରତର ଆଶା ରହିଛି। ତେବେ ଏହି ସମୟରେ ଜଣେ ଯୁବ ବ୍ୟବସାୟୀ ନୀରଜ ଚୋପ୍ରା ଙ୍କୁ ନେଇ ବଡ଼ ଘୋଷଣା କରିଛନ୍ତି। ଏଟଲିଜ ଭିସା ସିଇଓ ମୋହକ ନାହାତା ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଯଦି ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ସ୍ବର୍ଣ୍ଣ ଜିତନ୍ତି, ତେବେ ୧ ଦିନ ପାଇଁ ସେ ସମଗ୍ର ଦେଶର ଲୋକଙ୍କୁ ବିଶ୍ୱର ଯେକୌଣସି ଦେଶକୁ ମାଗଣା ଭିସା ପ୍ରଦାନ କରିବେ। ମୋହାକ ତାଙ୍କ ଲିଙ୍କଡଇନ ହ୍ୟାଣ୍ଡେଲରେ ଏହି ଘୋଷଣା କରିଛନ୍ତି। ବ୍ୟକ୍ତିଗତ ଭାବେ ଭିସା ପଠାଇବାକୁ ସେ କହିଛନ୍ତି। ମୋହକ କହିଛନ୍ତି ଯେ ଭିସା ପାଇଁ ସେ ଗୋଟିଏ ଟଙ୍କା ମଧ୍ୟ ନେବେ ନାହିଁ। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କାର୍ଯ୍ୟକ୍ରମ ୬ ଅଗଷ୍ଟରୁ ଆରମ୍ଭ ହେବ। ପଦକ ଇଭେଣ୍ଟ ଅଗଷ୍ଟ ୮ରେ ଖେଳାଯିବ।