କୁବେର ଯନ୍ତ୍ରୀଙ୍କ ଘରେ ଚଢ଼ାଉ , ସମ୍ପତ୍ତି ଦେଖି ଖୋସି ହୋଇଗଲା ଭିଜିଲାନ୍ସ ଆଖି..
1 min readଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଖୋସି ହୋଇଗଲା ଭିଜିଲାନ୍ସ ଆଖି। ବାହାରୁଛି ଟଙ୍କା ଠାବ ହେଉଛି ଫ୍ଲାଟ । ଇଏ ହେଉଛନ୍ତି ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାଷ କୁମାର ପ୍ରଧାନ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ଵର ଜଳ ସମ୍ପଦ ବଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାଷ କୁମାର ପ୍ରଧାନଙ୍କୁ ଘେରିଛି ଭିଜିଲାନ୍ସ।
ସରକାରୀ କାର୍ଯ୍ୟାଳୟ, ନିଜ ବାସଭବନ ସମେତ ଏକକାଳିନ ୭ଟି ଜାଗାରେ ଚଢାଉ କରିଛି ଭିଜିଲାନ୍ସ ଟିମ। ଏହି ଚଢାଉ ସମୟରେ ନଗଦ ୧୧ ଲକ୍ଷ ୧୭ ହଜାର ଟଙ୍କା, ୨୧୭ ଗ୍ରାମ ସୁନା, ୧ କୋଟି ୬୪ ଲକ୍ଷ ଟଙ୍କା ଦାମର ୫ ମହଲା ଘର, ୮୨ ଟି ପ୍ଲଟ, ୨ଏକରର ଫାର୍ମ ହାଉସ ଠାବ କରିଛି ଭିଜିଲାନ୍ସ। ଏତେ ଟଙ୍କାର ସମତ୍ତି ଦେଖି ତାଜୁବ ହୋଇ ଯାଇଛନ୍ତି ଭିଜିଲାନ୍ସ ଟିମ। ଇନସୁରାନ୍ସ, ବ୍ୟାଙ୍କ ଏକାଉଣ୍ଟ, ଫିକ୍ସ ଡିପୋଜିଟ ଆଦି କାଗଜପତ୍ର ମଧ୍ୟ ଯାଞ୍ଜ କରୁଛି ଭିଜିଲାନ୍ସ। ଏହି ଚଢାଉରେ ଭିଜିଲାନ୍ସ ବିଭାଗର ୨ଜଣ ଆଡିସନାଲ ଏସପି, ୪ ଡିସପି, ୭ ଇନସପେକ୍ଟର ସମେତ ୪୦ ଜଣ ସାମିଲ ହୋଇଛନ୍ତି ।