Pratidin TV

Odisha's Digital News Platform

ଦିଲ୍ଲୀରେ ଓଡିଆ (RAW) ଅଫିସରଙ୍କ ଆତ୍ମହତ୍ୟା , ୧୦ ମହଲାରୁ ଡେଇଁ ..

1 min read

ନୂଆଦିଲ୍ଲୀ : ଦିଲ୍ଲୀରେ ଓଡିଆ ଅଫିସରଙ୍କ ରହସ୍ୟଜନକ ମୃତ୍ୟୁ । ଜାତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସି ୱିଙ୍ଗର ଜଣେ ଓଡ଼ିଆ ଅଫିସର୍ ଦିଲ୍ଲୀ ଲୋଧି କଲୋନୀ ସ୍ଥିତ ‘ର’ ଅଫିସ ମୁଖ୍ୟାଳୟର ୧୦ ମହଲାରୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ସେ କାହିଁକି ଏବଂ କଣ ପାଇଂ ଆମରହତ୍ୟା କଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଠ ହୋଇପାରିନି ।
ସୂଚନା ଅନୁଯାୟୀ ଓଡିଆ ‘ର’ ଅଫିସରଙ୍କ ନାମ ଅନିକେତ କୁମାର । ଅନିକେତ କଟକ ବାସିନ୍ଦା ଅଟନ୍ତି । ସେ ଦିଲ୍ଲୀରେ ଜାତୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ରିସର୍ଚ ଆଣ୍ଡ ଆନାଲିସିସି ଓି୍ୱଙ୍ଗର ଅଫିସର ଭାବେ କାମ କରୁଥିଲେ ।

ସୋମବାର ଅର୍ଥାତ୍ ଗତକାଲି ସେ ନିଜର ୧୦ ମହଲା ବିଶିଷ୍ଟ ଅଫିସରେ ପହଞ୍ଚି ଝରକାରୁ ଡେଇଁ ପଡିଥିଲେ । ଅପିସର ସିକ୍ୟୁରିଟି ଗାର୍ଡ ତାଙ୍କ ରକ୍ତାକ୍ତ ଶରୀରକୁ ଦେଖି ଅଫିସ ସହ ପୋଲିସକୁ ମଧ୍ୟ ଜଣାଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଶରୀରକୁ ଜବତ କରିବା ସହ ଅଫିସରେ ପଚରା ଉଚରା ଚଲାଇଥିଲା । ଏହାସହ ଶବଟିକୁ ବ୍ୟବିଚ୍ଚେଦ ନିମନ୍ତେ ପଠାଇଥିଲା ।

Advertisement

ତେବେ ମିଳିଥିବା ସୂଚନା ଅନୁ୍‌୍‌ଯାୟୀ ଅନିକେତ କିଛିଦିନ ହେବ ପାରିବାରିକ ସମସ୍ୟାକୁ ନେଇ ଚିନ୍ତାରେ ରହୁଥିଲେ । ବୋଧହୁଏ ସେଥିପାଇଂ ଅନିକେତ ଆତ୍ମହତ୍ୟା କରିଥାଇପାରନ୍ତି । କିନ୍ତୁ ଏହା ସବ ବ୍ୟବିଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଜଣା ପଡିବ ଯେ ଅନିକେତ ଆତ୍ମହତ୍ୟା କରିଛନ୍ତି ନା ଐହା ପଛରେ ଆଉ କିଛି ଘଟଣା ରହିଛି ।

Leave a Reply

Your email address will not be published. Required fields are marked *