ଦିଗପହଣ୍ଡି ଜନ ଶୁଣାଣୀ ଶିବିରରେ ଲୋକଙ୍କ ଦୁଃଖ ଶୁଣିଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର
1 min readଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକ ଅଧୀନ ଗତକାଲି ଜନ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା | ଏହି ଜଣ ଶୁଣାଣି ଶିବିର ରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ପଞ୍ଚଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଜନ ସାଧାରଣ ମାନଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ | ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମହନ୍ତ ଚିନ୍ମୟ ସାମନ୍ତ ଦାସ , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ଏବଂ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ | ସମସ୍ତ ସଂଶୟର ସମାଧାନ ଅତି ଶୀଘ୍ର ପୁରାଣ ହେବ ବୋଲି ସିଦ୍ଧାନ୍ତ ମହାପାତ୍ର ପ୍ରତିଶୃତି ଦେଇଛନ୍ତି |