Pratidin TV

Odisha's Digital News Platform

ଗରମରେ ଛଟପଟ ଖେଳାଳି, ପ୍ୟାରିସ୍‌ ଅଲମ୍ପିକ୍ସକୁ ୪୦ ପୋର୍ଟେବଲ ଏସି ପଠାଇଲା ଭାରତ କ୍ରୀଡା ମନ୍ତ୍ରଣାଳୟ

1 min read

ପ୍ୟାରିସରେ ଚାଲିଛି କ୍ରୀଡ଼ା ମହାକୁମ୍ଭ। ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର। କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମରେ ସନ୍ତୁଳି ହେଉଥିବା ଭାରତୀୟ କ୍ରୀଡ଼ାବିତଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ।

କ୍ରୀଡ଼ା ଗ୍ରାମରେ ଅତ୍ୟଧିକ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି କ୍ରୀଡ଼ାବିତ। ଏହାରି ଭିତରେ ଭାରତୀୟ ଖେଳାଳିଙ୍କ ପାଇଁ କ୍ରୀଡ଼ା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ ନେଇଛି। ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବଲ ଏସି ପଠାଇଛି କ୍ରୀଡ଼ା ମନ୍ତ୍ରଣାଳୟ। କ୍ରୀଡା ମନ୍ତ୍ରଣାଳୟ, କ୍ରୀଡ଼ା ପ୍ରାଧିକରଣ ଅଫ୍ ଇଣ୍ଡିଆ (SAI), IOA ଏବଂ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ମଧ୍ୟରେ ଏକ ସମନ୍ୱୟ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଅନୁଷ୍ଠିତ ଏହି ବୈଠକରେ ପ୍ୟାରିସରେ ହଠାତ୍ ତାପମାତ୍ରା ଏବଂ ଆର୍ଦ୍ରତା ବୃଦ୍ଧି ହେତୁ ଖେଳାଳିମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।

Advertisement

ପ୍ୟାରିସରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି। ତେବେ କ୍ରୀଡ଼ା ଗ୍ରାମରେ ଏସିର ବନ୍ଦୋବସ୍ଥ ନହୋଇଥିବାରୁ ଅଧିକାଂଶ ଦେଶ ଆୟୋଜକଙ୍କ ନିଷ୍ପତ୍ତିରେ ଅସନ୍ତୋଷ ଜାହିର କରିଥିଲେ। ବିଶେଷକରି ପ୍ୟାରିସ ଓ ଶେଟରାଓରେ ତାପମାତ୍ରା ମାତ୍ରାଧିକ ରେକର୍ଡ କରାଯାଇଛି। ଅତ୍ୟଧିକ ଗରମ ଯୋଗୁଁ ଗୁରୁବାର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିବା ସ୍ୱପ୍ନିଲଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ରୀଡ଼ା ମନ୍ତ୍ରଣାଳୟ ଖେଳାଳିଙ୍କ ପାଇଁ ୪୦ଟି ଏସି ପଠାଇଛି।

Leave a Reply

Your email address will not be published. Required fields are marked *