ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ୟାରିସ ଯିବାକୁ ଅନୁମତି ଦେଲାନି କେନ୍ଦ୍ର
1 min readପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ପ୍ୟାରିସ ଯିବାକୁ କେନ୍ଦ୍ର ସରକାର ଅନୁମତି ଦେଇନାହାଁନ୍ତି। ସିଏମ୍ ମାନ ଆଜି ପ୍ୟାରିସ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ତାଙ୍କୁ ଯିବା ପାଇଁ କେନ୍ଦ୍ର ଅନୁମତି ଦେଇ ନାହିଁ। ପ୍ୟାରିସ ଯିବାକୁ ମାନଙ୍କୁ ଅନୁମତି ଦେବାକୁ ବୈଦେଶିକ ମନ୍ତ୍ରଣାଳୟ ମନା କରିଦେଇଛି।
ସୂଚନା ଅନୁଯାୟୀ, ମନ୍ ଅଗଷ୍ଟ ୩ରୁ ୯ ତାରିଖ ଯାଏ ଫ୍ରାନ୍ସ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଭାରତୀୟ ହକି ଦଳ ସହିତ ରହି ଅଲିମ୍ପିକ୍ସ କ୍ରୀଡ଼ାରେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ମନୋବଳ ବଢ଼ାଇବାକୁ ଇଚ୍ଛା କରିଥିଲେ। ହେଲେ ୨ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପଠାଯାଇଥିବା ଚିଠି ପାଇଥିଲା, ଯେଉଁଥିରେ ଗସ୍ତକୁ ଅନୁମତି ନ ଥିବା ଦର୍ଶାଯାଇଥିଲା।
ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦଦେଇ କହିଛନ୍ତି, ଦେଶର ସଂଘୀୟ ଢ଼ାଞ୍ଚାକୁ ଭାରତ ସରକାରଙ୍କ ଦ୍ଵାରା ନିରବଚ୍ଛିନ୍ନ ଭାବେ ଆକ୍ରମଣ କରାଯାଉଛି। ବିଜେପି ସରକାର ପୂର୍ବରୁ ୨୦୨୨ରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିଙ୍ଗାପୁର ଗସ୍ତ ପାଇଁ ଅନୁମତି ଦେଇ ନ ଥିଲା। ଗତବର୍ଷ ଆମେରିକା ଗସ୍ତ କରିବାକୁ ଗୋପାଳ ରାଏଙ୍କୁ ବି ଅନୁମତି ମିଳି ନ ଥିଲା। ଫଳରେ ସେ କୋର୍ଟକୁ ଯିବାକୁ ଧମକ ଦେଇଥିଲେ। ବିଜେପି ଚାହୁଁଛି କି ଆମେ ପ୍ରତି କାମ ପାଇଁ କୋର୍ଟକୁ ଯିବା ଦରକାର ବୋଲି ମନ୍ ପ୍ରଶ୍ନ କରିଛନ୍ତି।
ତେବେ, ସୁରକ୍ଷା କାରଣରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁମତି ମିଳିନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଯାତ୍ରା ପାଇଁ ଅନୁମତି ପାଇ ନଥିବା ସୂଚନା ପାଇଥିଲା। ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ହକି ଦଳର ଉତ୍ସାହ ବଢାଇବା ପାଇଁ ମୁଖ୍ୟମନ୍ତ୍ରୀ ମାନ ପ୍ୟାରିସ ଯାଇଥାନ୍ତେ।
ନିକଟରେ, ଶୁକ୍ରବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ବିଜୟ ପାଇଁ ସିଏମ ଭଗବନ୍ତ ମନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ମନ ଲେଖିଛନ୍ତି, ‘ଅଲିମ୍ପିକ୍ସ ଇତିହାସରେ ୫୨ ବର୍ଷ ପରେ ଭାରତୀୟ ହକି ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଏହି ୩-୨ ବିଜୟରେ ଦଳର ଅଧିନାୟକ ହରମାନପ୍ରୀତ ସିଂ ୨ଟି ଗୁରୁତ୍ୱପୂର୍ଣ୍ଣ ଗୋଲ୍ ସ୍କୋର କରିଥିଲେ ଏବଂ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବାରୁ ସମଗ୍ର ଦଳକୁ ଅଭିନନ୍ଦନ ଏବଂ ଶୁଭେଚ୍ଛା |