Pratidin TV

Odisha's Digital News Platform

ଇତିହାସ ରଚିଲା କଟକ ଉଗଉ , କାଗଜ ଡଙ୍ଗା ତିଆରି କରି ଗ୍ରୀନିଜ ବୁକରେ ରେକର୍ଡ

1 min read

କଟକ : କାଗଜ ଡଙ୍ଗା ପ୍ରସ୍ତୁତ କରି ଇତିହାସ ରଚିଲା କଟକ ମହାନଗର ନିଗମ । କାଗଜ ଡଙ୍ଗା ପ୍ରସ୍ତୁତ କରି ଗୀନିଜ୍ ବୁକ୍‌ରେ ନାମ କରିପାରିଛି କଟକ ସିଏମସି । କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ପିଲାମାନେ ଏଥିରେ ଅଂଶଗ୍ରହଣ କରିଥିଲେ ।

ମିଳିଥିବା ସୂଚନା ଅଯାୟୀ ପ୍ରାୟ ୨୧୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ୧୩୦୪ଟି ଡଙ୍ଗା ତିଆରି ରେକର୍ଡ ରହିଥିବା ବେଳେ ଆଜି ଏହି ରେକର୍ଡ ବ୍ରେକ କରିଛି ସିଏମସି।

Advertisement

ତେବେ ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ୫୦ଜଣ ଅଫିସିଆଲ୍ ଜୁରି ଏହାକୁ ପରିଚାଳନା କରୁଥିଲେ। କାର୍ଯ୍ୟକ୍ରମ ତଦାରଖ ପାଇଁ ଇଂଲଣ୍ଡରୁ ଗିନିଜର ଜଣେ ଜୁରି ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *