Pratidin TV

Odisha's Digital News Platform

ମନୁଙ୍କ ର ମଉଳିଗଲା ଚତୁର୍ଥ ପଦକ ସ୍ବପ୍ନ ..

1 min read

ଆଜି ଭାରତୀୟ ଖେଳ ପ୍ରେମୀଙ୍କ ଆଖିରେ ଲୁହ । ଆଜି ମଉଳି ଯାଇଛି ଅଲମ୍ପିକ ରେ ଆଉ ଏକ ମେଡାଲ ପାଇବାର ଆଶା । ଅଲିମ୍ପିକ୍ସରେ ଭାରତକୁ ଦୁଇ ଦୁଇଟି ମେଡାଲ ଦେଇ ଇତିହାସ ରଚିଥିବା ଷ୍ଟାର ଶୁଟର ମନୁ ଭାକର ନିଜ ତୃତୀୟ ମେଡାଲରୁ ଅଳ୍ପ ଦୂରରେ ରହିଯାଇଛନ୍ତି । ପ୍ୟାରିସ ଅଲିମ୍ପିକ୍ସର 25 ମିଟର ପିସ୍ତଲ ଫାଇନାଲରେ ଚତୁର୍ଥ ସ୍ଥାନରେ ରହି ଯାଇଛନ୍ତି । ଫଳରେ ହ୍ୟାଟ୍ରିକ୍ ମେଡାଲ ଆଶା ମଉଳି ଯାଇଛି। ଫାଇନାଲ ଫାଇଟରେ ଏକ ସମୟରେ ମନୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଚତୁର୍ଥ ସ୍ଥାନକୁ ଖସି ଆସିଥିଲେ। ହଙ୍ଗେରୀର ବେରୋଣିକା ମେଜର ତାଙ୍କୁ ପଛରେ ପକାଇ ବ୍ରୋଞ୍ଜ ବିଜୟୀ ହୋଇଛନ୍ତି।

ସେହିପରି ଦକ୍ଷିଣ କୋରିଆ ପ୍ରଥମରେ ରହି ସ୍ୱର୍ଣ୍ଣ ବିଜେତା ହୋଇ ଥିବାବେଳେ ଫ୍ରାନ୍ସ ରୌପ୍ୟ ଜିତି ନେଇଛି। 22 ବର୍ଷୀୟ ମନୁ 25 ମିଟର ପିସ୍ତଲ ଫାଇନାଲରେ ପଦକ ଜିତି ପାରିନଥିଲେ ମଧ୍ୟ ପୂର୍ବ ଦୁଇ ଇଭେଣ୍ଟରେ ବ୍ରୋଞ୍ଜ ବିଜୟୀ ହୋଇ ଭାରତକୁ ଗର୍ବିତ କରିଛନ୍ତି।ପ୍ୟାରିସ ଅଲିମ୍ପିକ୍ସରେ ଭାରତର ପ୍ରିୟ ମନୁ ଭାକର ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେ ଜୁଲାଇ ୨୮ରେ ୧୦ ମିଟର ଏୟାର ପିସ୍ତଲରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ପରେ, ଜୁଲାଇ ୩୦ମଙ୍ଗଳବାର ମନୁ ସରବଜୋତ ସିଂଙ୍କ ସହ ମିଶ୍ରିତ ଦଳ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।

Advertisement

Leave a Reply

Your email address will not be published. Required fields are marked *