Pratidin TV

Odisha's Digital News Platform

ଶ୍ରଦ୍ଧା ନିର୍ମମ ହତ୍ୟା ମାମଲା : ବଏଫ୍ରେଣ୍ଡ ଅଫତାବର ହେବ ଲାଏ ଡିଟେକ୍ଟିଭ୍ ଟେଷ୍ଟ ତା ସହ ପଚରାଯିବ ୧୦୦ ରୁ ..

1 min read

ନୂଆଦିଲ୍ଲୀ : ଚର୍ଚ୍ଚିତ ୱେବସିରିଜ୍ ଡେକ୍ସଚରର ନକଲ କରି ନିଜ ଗର୍ଲଫ୍ରେଣ୍ଡକକୁୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ବୟଫ୍ରେଣ୍ଡ।
୩ ବର୍ଷ ତଳେ ମୁମ୍ବାଇରୁ ଆରମ୍ଭ ହୋଇଥିବା ଏହି ରୋମାନ୍ସ ଚଳିତ ବର୍ଷ ମେ’ ୧୮ରେ ଭୟଙ୍କର ରୂପ ନେଇଥିଲା। ଶ୍ରଦ୍ଧା ଲିଭ ଇନରେ ରହୁଥିବାରୁ ଆଫତାବ ଅମୀନ ପୁନାୱାଲାଙ୍କ ଉପରେ ବିବାହ କରିବା ପାଇଁ ଚାପ ପକାଉଥିଲେ। ଏଥିରେ ଅତିଷ୍ଠ ହୋଇ ଆଫତାବ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ। ଏହାପରେ ତାଙ୍କ ମୃତଦେହକୁ ୩୫ ଖଣ୍ଡ କରି ଫ୍ରିଜ୍ ରେ ରଖିଥିଲେ। ଏହି ଖଣ୍ଡବିଖଣ୍ଡିତ ଶରୀରର ଅଂଶକୁ ପର‌୍ୟ୍ୟାୟକ୍ରମେ ଦିଲ୍ଲୀର ମେହରୁଲି ଜଙ୍ଗଲରେ ଫିଙ୍ଗୁଥିଲା।ହତ୍ୟାର ଦୀର୍ଘଦିନ ଧରି ୩୦୦ ଲିଟରର ଫ୍ରିଜ୍ ଭିତରେ ପୁନାୱାଲା ଗର୍ଲଫ୍ରେଣ୍ଡ ଶ୍ରଦ୍ଧାଙ୍କ କଟାମୁଣ୍ଡ ରଖିଥିଲା। ପ୍ରତିଦିନ ସେ ଏହି କଟାମୁଣ୍ଡକୁ ମଧ୍ୟ ଦେଖୁଥିଲା।

ତେବେ ଏହି ଅପରାଧ ଅଧିକଦିନ ଲୁଚି ପାରିନଥିଲା ଦିଲ୍ଲୀ ପୋଲିସ ନଜରରୁ । ଅଫତାବକୁ ଗିରଫ କରିବା ପରେ ଗୋଟିଏ ପରେ ଗୋଟିଏ ରହସ୍ୟ ଉପରୁ ପରଦା ଉଠାଉଛି ପୁଲିସ। ଏହି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଥିବା ଆଫତାବ ଅମୀନ ପୁନାୱାଲାକୁ ଗତକାଲି ଦିଲ୍ଲୀ ପୁଲିସ ମେହରୋଲି ଜଙ୍ଗଲକୁ ନେଇ ସିନ୍-ରିକ୍ରିଏଟ କରିଥିଲା। ଏବେ ଆଫତାବର ନାର୍କୋ ଟେଷ୍ଟ ହେବ। ଏଥିପାଇଁ ଦିଲ୍ଲୀ ପୁଲିସ ଶନିବାର ଦିନ କୋର୍ଟରେ ଆବେଦନ କରିଥିଲା। ଆଜି ଦିଲ୍ଲୀ ସାକେତ କୋର୍ଟ ଏହି ଟେଷ୍ଟ ପାଇଁ ମଞ୍ଜୁରୀ ଦେଇଛନ୍ତି।

Advertisement

ଆସନ୍ତକାଲି ଦିଲ୍ଲୀ ପୁଲିସ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ମଧ୍ୟ ଆବେଦନ କରିବ। ଯଦି ଏଥିପାଇଁ କୋର୍ଟରୁ ଅନୁମତି ମିଳେ ତେବେ ଗୁରୁବାର ରାତିରେ ହିଁ ଅଭିଯୁକ୍ତକୁ ଲାଏ ଡିଟେକ୍ଟର ଟେଷ୍ଟ ପାଇଁ ନିଆଯିବ। ଏଥିପାଇଁ ପୁଲିସ ପୂର୍ବରୁ ହିଁ ଅଭିଯୁକ୍ତକୁ ୧୦୦ରୁ ବି ଅଧିକ ପ୍ରଶ୍ନ ପଚାରିବା ପାଇଁ ତାଲିକା ପ୍ରସ୍ତୁତ କରିସାରିଛି। ଏବେ ଆଫତାବକୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଜାରି ରଖିଛି।

ଦିଲ୍ଲୀ ପୁଲିସର ଜଣେ ଅଧିକାରୀଙ୍କ କହିବା ମୁତାବକ, ରିମାଣ୍ଡରେ ତିନି ଦିନ ବିତିଗଲାଣି। ଏହି ତିନି ଦିନ ଭିତରେ ଅଭିଯୁକ୍ତକୁ ନେଇ ତିନି ଥର କ୍ରାଇମ ସିନ୍ର ରିକ୍ରିଏଟ୍ ମଧ୍ୟ ହୋଇସାରିଲାଣି। ତଥାପି ଅଭିଯୁକ୍ତର ଦୋଷ ପ୍ରମାଣିତ କରିବା ପାଇଁ ସେଭଳି କିଛି ମୁଖ୍ୟ ପ୍ରମାଣ ପୁଲିସ ହାତରେ ଲାଗି ନାହିଁ। ଏଭଳି ସ୍ଥିତିରେ ପୁଲିସ ପାଖରେ ପ୍ରମାଣ ସଂଗ୍ରହ କରିବା ପାଇଁ ଇଲେକ୍ଟ୍ରୋନିକ୍ ସର୍ଭିଲାନ୍ସ ଓ ବୈଜ୍ଞାନିକ ପରୀକ୍ଷା ହିଁ ଏକମାତ୍ର ବିକଳ୍ପ ରହିଛି ।

Leave a Reply

Your email address will not be published. Required fields are marked *