Pratidin TV

Odisha's Digital News Platform

କେନ୍ଦ୍ରାପଡାରେ କୁମ୍ଭୀର ଭୟ , ଆତଙ୍କ ଖେଳାଇବାପରେ ଧରିଲା ବନ ବିଭାଗ..

1 min read

ପୁଣିଥରେ କେନ୍ଦ୍ରାପଡ଼ା ରେ ଦେଖିବାକୁ ମିଳିଛି ମଣିଷ ଖିଆଙ୍କ ଆତଙ୍କ । ଲଗାଣ ବର୍ଷା ଯୋଗୁଁ ନଦୀ, ନାଳ, ଛାଡ଼ି ଗାଁ ପୋଖରୀ  ଭିତରେ କୁମ୍ଭୀର।  ଏତେ ପରିମାଣରେ କୁମ୍ଭୀର ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯେ  ଲୋକେ ଭୟଭୀତ ।  ଅପର ପକ୍ଷରେ ଯେତେ ଅଧିକ କୁମ୍ଭୀର ମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ସେତିକି ବନ ଖଣ୍ଡ ଅଧିକାରୀ ମାନଙ୍କ ପାଇଁ ସେତେ ଚ୍ୟାଲେଞ୍ଜ ସୃଷ୍ଟି ହେଉଛି, କାରଣ ଖାଇବାକୁ  ନ ପାଇ  କୁମ୍ଭୀର ମାନେ ବିଭିନ୍ନ ଜନବସତି ଅଞ୍ଚଳରେ ପ୍ରବେଶ କରି ଲୋକ ମାନଙ୍କୁ ଖାଇଯାଉଛନ୍ତି, ଏହିଘଟଣାକୁ ନେଇ  ସମ୍ପୂର୍ଣ୍ଣ ଦାଈ ବନ ଖଣ୍ଡ ଅଧିକାରୀ ଙ୍କୁ ଦାୟୀ  କରା ଯାଉଛି ।

ସେଥିପାଇଁ ବନ ଖଣ୍ଡ ଅଧିକାରୀ ମାନେ ତତ୍ପରତା ସହିତ ଯେଉଁଠି କୁମ୍ଭୀର ବାହାରୁଛନ୍ତି ସେହି ସ୍ଥାନରେ ପହଁଞ୍ଚି ତୁରନ୍ତ କୁମ୍ଭୀର ମାନଙ୍କୁ କାବୁ କରୁଛନ୍ତି ।  ଗତକାଲି ବିଳମ୍ବିତ ରାତିରେ ବିଶେଷ ସୂତ୍ରରୁ ଫୋନ ଯୋଗେ ବନ ବିଭାଗ ଖବର ପାଇ କୋଇଲି ପୁର ପଞ୍ଚାୟତ ସ୍ଥିତ ବାର୍ହା ପୁର ଗାଁରେ କଳ୍ପତରୁ ଖଣ୍ଡୁଆଳ  ପୋଖରୀ ନିକଟରୁ ଏକ ୪ ଫୁଟ ୯ ଇଞ୍ଚ ର ଏକ ମାଇ କୁମ୍ଭୀର ଉଦ୍ଧାର କରି ଆଜି ସକାଳେ ୬ ଟା ସମୟରେ ନିରାପଦ ଭାବେ ବାଉଁଶ ଗଡ ନଦୀରେ  ନିରାପଦ ଭାବେ ଛଡ଼ାଯାଇ ଥିବାର ବନ ବିଭାଗ ତରଫରୁ ସୂଚନା ମିଳିଛି।

Advertisement

Leave a Reply

Your email address will not be published. Required fields are marked *