Pratidin TV

Odisha's Digital News Platform

ବିଗବସ OTT 3 ଜାଲିଆତି, ପଦାରେ ପକେଇଲେ ରଣବୀର ସୋରେ

1 min read

ବିଗବସ OTT 3 ଖୋଲିଲା ରାଜ | ସନାଙ୍କ ବିଜୟ ପରେ ସତର ଖୁଲାସା କଲେ ଏହି ଅଭିନେତା | ବିଗବସ OTT 3 ବିଜେତା ସନାଙ୍କୁ ନେଇ ଏପରି କହିଦେଲେ ରଣବୀର ସୋରେ | ଯାହାପରେ ଆରମ୍ଭ ହୋଇଯାଇଛି ବିବାଦ |

ଶୁକ୍ରବାର ସନ୍ଧ୍ୟାରେ ମୁମ୍ବାଇରେ ବିଗବସ OTT ୩ ର ଫାଇନାଲ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସନା ମକବୂଲ ବିଜୟ ହୋଇଛନ୍ତି | ଟ୍ରଫି ଏବଂ ୨୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇ ସାରିଛନ୍ତି ସନା | ତେବେ ସନାଙ୍କ ବିଜୟ ପରେ ସେଥିରେ ଭାଗ ନେଇଥିବା ଅଭିନେତା ରଣବୀର ସୋରେ ଏକ ବଡ ଖୁଲାସା କରିଛନ୍ତି | ବିଗବସ OTT 3 ର ସତ ଖୋଲିଦେଲେ ରଣବୀର |

Advertisement

ବିଜୟ ପରେ ରଣବୀର ଦେଇଥିଲେ ଆଶ୍ଚର୍ଯ୍ୟଜନକ ବୟାନ | ଯାହାକୁ ଶୁଣିବା ପରେ ଫ୍ୟାନ୍ସ ହୋଇଯାଇଛନ୍ତି ଆଶ୍ଚର୍ଯ୍ୟ | ସେ କହିଛନ୍ତି, ବିଗବସ OTTର ବିଜେତା ସନା ନୁହନ୍ତି | ତାଙ୍କୁ କେବଳ ଫ୍ୟାନ୍ସ ଜିତିଛନ୍ତି | ରଣବୀର କହିଛନ୍ତି ଅସଲ ବିଜେତା ଦଦେଖିବାକୁ ଗଲେ ରାପର ନେଜି ଅଟନ୍ତି | କିନ୍ତୁ ଦର୍ଶକଙ୍କ ସମର୍ଥନ ହାସଲ କରି ସନା ଏହି ଟ୍ରଫି ହାତେଇଛନ୍ତି | ତେବେ ଏପରି କିଛି କହି ଚର୍ଚ୍ଚାକୁ ଆସିଛନ୍ତି ରଣବୀର ସୋରେ | କେବଳ ସେତିକି ନୁହେଁ ଯଦି ସୋସିଆଲ ମିଡିଆ ଆଧାରରେ ପ୍ରତିଯୋଗୀମାନଙ୍କୁ ରଖାଯାଏ ତେବେ ପ୍ରତିଯୋଗିତାଙ୍କୁ ଅତିକ୍ରମ କରି ନିର୍ମାତାମାନେ କେବଳ ଟ୍ରଫି ପ୍ରଦାନ କରିବେ | ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ |

Leave a Reply

Your email address will not be published. Required fields are marked *