ବିନାୟକ ମହାବିଦ୍ୟାଳୟ ରାଗିଂ ମାମଲା : ତଡା ହେଲେ ୧୨ ଛାତ୍ରଛାତ୍ରୀ , ଗିରଫ୍ ହେଲେ ୫
1 min readବ୍ରହ୍ମପୁର : ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜ୍ ରାଗିଂ ମାମଲା । ଶେଷରେ ସବୁ ସୀମା ଉଲଂଘନ କଲେ ଛାତ୍ରଛାତ୍ରୀ । ଆଜି ବ୍ରହ୍ମପୁରର ବିନାୟକ ଆଚାର୍ଯ୍ୟ କଲେଜରୁ ଏକ ଭିଡଓ ଭାଇରାଲ ହୋଇଥିଲା । ଯେଉଁଥିରେ ଯୁକ୍ତ୨ର ଗୋଟେ ଝିଅକୁ ଯୁକ୍ତ୩ ର କିଛିି ସିନିୟର ପୁଅ ଝିଅ ରାଗିଂ କରୁଥିବାର ଜଣାପଡିଥିଲା ।
ସୁଚନା ଅନୁ୍ଯାୟୀ +୩ ଛାତ୍ର ଅଭିଷେକ ନାହାକ ଓ ତାଙ୍କ ସାଥୀମାନେ ଠେଙ୍ଗା ଧରି ଜଣେ ଛାତ୍ରୀଙ୍କ ଗାଲକୁ କିସ୍ ଦେବାକୁ ଜଣେ ଛାତ୍ରଙ୍କୁ କହୁଥିଲେ। ଛାତ୍ର ଜଣକ ଅସହାୟ ହୋଇ ଭୟରେ ଛାତ୍ରୀଙ୍କ ଗେଲ୍କୁ କିସ୍ ଦେଉଥିଲେ ଓ ଆଇ ଲଭ୍ ୟୁ କହୁଥିଲେ। ଅଭିଷେକ ଓ ତାଙ୍କ ସାଥୀ(ଛାତ୍ରଛାତ୍ରୀ)ମାନେ ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ ଦେଉଥିଲେ। ଯାହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଶେଷରେ ଭିଡିଓଟି ପୁଲିସ୍ ପାଖରେ ପହଞ୍ଚିଲା।
ଭାଇରାଲ୍ ଭିଡିଓକୁ ନେଇ ଆଜି କଲେଜ କ୍ୟାମ୍ପସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ କଲେଜ ଅଧ୍ୟକ୍ଷା ପ୍ରମିଳା ଖଡ଼ଙ୍ଗା କହିଛନ୍ତି, ଆଜି ଆଣ୍ଟି ରାଗିଂ କମିଟି ଓ ଶୃଙ୍ଖଳା କମିଟିର ବୈଠକ ବସିଥିଲା। ପୂରା ଘଟଣା ଉପରେ ଆଲୋଚନା ହୋଇଥିଲା। ଏହା ପରେ ଦୁଇ କମିଟି ମୋତେ ଗୋଟିଏ ରିପୋର୍ଟ ଦେଇଛନ୍ତି। ଯେଉଁଥିରେ +୩ର ଛାତ୍ର ଅଭିଷେକ ନାୟକ ଓ ଅନ୍ୟ ଜଣେ ଛାତ୍ରଙ୍କୁ କଲେଜରୁ ବାହାର କରିଦେବାକୁ ନିଷ୍ପତ୍ତି ହୋଇଛି। ଏହାଛଡ଼ା ସେମାନଙ୍କ ସାଙ୍ଗରେ ଥିବା +୨ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରାଯାଉଛି। ସେମାନଙ୍କୁ ଟିସି ଦିଆଯାଇ କଲେଜରୁ ବାହାର କରିଦିଆଯିବ। ଏଥିରେ ଅନ୍ୟ ଯେଉଁ ପିଲାଙ୍କ ସମ୍ପୃକ୍ତି ଥିବା ପ୍ରମାଣ ମିଳିଲେ, ସେମାନଙ୍କୁ କଲେଜରୁ ବାହାର କରିଦିଆଯିବ। ଏନେଇ ଗଣ ଶିକ୍ଷା ବିଭାଗ ଓ ବିଶ୍ୱବିଦ୍ୟାଳୟକୁ ଜଣାଇ ଦିଆଯାଇଛି। ଏପରି ଘଟଣା ଯେପରି ଆଗକୁ ନଘଟିବ, ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଅଧ୍ୟା କହିଛନ୍ତି।
ଅନ୍ୟପକ୍ଷରେ ବ୍ରହ୍ମପୁର ଏସ୍ପି ଶ୍ରବଣା ବିବେକ ଏମ୍ କହିଛନ୍ତି, ଭାଇରାଲ୍ ଭିଡିଓରେ ଥିବା ସମସ୍ତ ୧୨ ଜଣଙ୍କୁ କଲେଜରୁ ତଡ଼ାଯିବ। ଗିରଫ ୫ ଜଣଙ୍କ ମଧ୍ୟରୁ ୩ ଜଣ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତ ନାବାଳକଙ୍କୁ ବାଳସୁଧାର ଗୃହ ପଠା ଯାଇଛି। ରାଗିଂରେ ସଂପୃକ୍ତ ଥିବା ଛାତ୍ରୀମାନଙ୍କ ଉପରେ ମଧ୍ୟ କାର୍ୟ୍ୟାନୁଷ୍ଠାନ ହେବ ବୋଲି ଏସ୍ପି କହିଛନ୍ତି।