ଇତିହାସ ରଚିଲା ଦମନ୍ : ଚ୍ଚଳଚ୍ଚିତ୍ର ପ୍ରଦର୍ଶନକୁ କରମୁକ୍ତ କଲେ ମୁଖ୍ୟମନ୍ତ୍ରୀ(ଭିଡିଓ)
1 min readଭୁବନେଶ୍ୱର : ଓଡିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମରେ ନିର୍ମିତ ଦାମନ ଫିଲ୍ମର ସ୍କ୍ରିନିଂ ସମ୍ପୂର୍ଣ୍ଣ ଟିକସମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ଏହି ଚଳଚ୍ଚିତ୍ରଟି ବାସ୍ତବ ଜୀବନରେ ମାଲକାନଗିରିର ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଜଣେ ଯୁବ ଡାକ୍ତରଙ୍କ ମାନବିକତାକୁ ଚିତ୍ରଣ କରିଛି । ଏହି ପଦକ୍ଷେପ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀଙ୍କ ମାନବିକ ମନୋଭାବ ପାଇଁ ସେବା ବୃଦ୍ଧି କରିବ ବୋଲି ଆଶା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମହାମାରୀ ସମୟରେ ଯେଉଭଳି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ସମନ୍ୱୟ ରଖି ସେବା ଯୋଗାଇଲେ ସେହିଭଳି ଯଦି ଆମେ କାମ କରିଚାଲିବା ତେବେ ଆମେ ଏକ ସୁସ୍ଥ ଓ ସଚେତନ ସମାଜର ବିକାଶ କରିପାରିବା ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।
ତେବେ ଏହି ଫିଲ୍ମଟି ପ୍ରଥମ କରି ଓଡିଆ ସହ ବଲିଉାଡ୍କୁ ମଧ୍ୟ ହଲଚଲ୍ କରିଦେଇଚି ।ସତ୍ୟଘଟଣା ଉପରେ ଆଧାରିତ ଏହି ଫିଲ୍ମରେ ମାତ୍ର ୩ ଟି ଚରିତ୍ର ଲକ୍ଷ ଲକ୍ଷ ଦର୍ଶକଙ୍କ ମନ ଜିଣିନେଇଛନ୍ତି । ଡାକ୍ତର,କମ୍ପାଉଣ୍ଡର ଆଉ ଜଣେ ସେବିକାର ଚରିତ୍ର ଲୋକମାନଙ୍କୁ ଭାବୁକ କରିପକାଇଛି । ତେବେ ରୋମାନ୍ସ ,ଆକନ୍ସ,ଥ୍ରିଲର ଭରା ଫିଲ୍ମ ଯୁଗରେ ଦମନ ଭଳି ଫିଲ୍ମ ଯେଉଁଥିରେ ନା ହିରୋଇନ , ନା ଭିଲିଆନ୍ , ନା ରୋମାନ୍ସ ନଥିବା ବେଳେ ଫିଲ୍ମଟି ସୁପରହିଟ୍ ହୋଇପାରିଛି । ଓଡିଆ ସିନେମାକୁ ପରଦା ମିଳୁନଥିବା ବେଳେ ଦମନ ଏକ ମେରୁଦଣ୍ଡ ହୋଇ ଛିଡା ହୋଇଛି ଓଡିଆ ଇଣ୍ଡଷ୍ଟ୍ରି ପାଇଁ । ବିଶେଷ କରି ବାବୁଶାନ ମହାନ୍ତିଙ୍କ ଡାକ୍ତର ଚରିତ୍ରଟି ଲୋକମାନଙ୍କୁ ମନରେ ଯୋଶ ଭରିବା ସହ ଏକ ବଡ ପ୍ରେରଣା ସାଜିପାରିଛି ।
ମୁଭିର କ୍ରେଜ କେବଳ ଓଡ଼ିଶାରେ ସୀମିତ ନାହିଁ। ଓଡ଼ିଶାରେ ଲାଗିଥିବା ଦମନ ନିଆଁ ଏବେ ସାରା ଭାରତରେ ବ୍ୟାପିବାକୁ ଯାଉଛି। ଓଡ଼ିଆରେ ଦମଦାର ସଫଳତା ପରେ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି ‘ଦମନ’। ଏଥିପାଇଁ ମୁମ୍ୱାଇରେ ନିଜ ଟିମ ସହ ପହଞ୍ଚିଛନ୍ତି ଅଭିନେତା ବାବୁଶାନ। ଆରମ୍ଭ କରିଦେଇଛନ୍ତି ହିନ୍ଦୀ ଡବିଂ। ଖୁବଶୀଘ୍ର ଭାରତର ୫୦୦ଶହ ହଲରେ ରିଲିଜ ହେବ ଦମନ। ମାତ୍ର ୨ ସପ୍ତାହରେ ଫିଲ୍ମଟି ୨ କୋଟି ଆୟ କରି ବ୍ଲକବଷ୍ଟର ଆଡ଼କୁ ମୁହାଁଇଲାଣି।
ସୋସିଆଲ ମିଡିଆରେ ବି ‘ଦମନ’କୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଯାହାକୁ ଦେଖ ତା ମୁହଁରେ ‘ଦମନ’ର ଚର୍ଚ୍ଚା। ଏମିତିକି ବିଦେଶରେ ମଧ୍ୟ ଫିଲ୍ମକୁ ନେଇ ଚର୍ଚ୍ଚା ହେଲାଣି । ପାକିସ୍ତାନର କିଛି ସନେ ସମୀକ୍ଷକ ଏହି ଫିଲ୍ମକୁ ନେଇ ରିଭ୍ୟୁ ଭିଡିଓ ମଧ୍ୟ ବନେଇଛନ୍ତି। ଫିଲ୍ମଟି ଆଇଏମଡିବିରେଟିଂରେ ୯.୭ ପାଇ ବ୍ଲକବଷ୍ଟର ଫିଲ୍ମ ‘RRR’ଓ ”KGFକୁ ବି ପଛରେ ପକାଇଦେଇଛି।