ସକାଳୁ ଘୋଟିଆସିଲା କଳାହାଣ୍ଡିଆ ମେଘ, ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଭାସିଯିବ ୧୨ଜିଲ୍ଲା !
1 min readମାଡି ଆସୁଛି କଳାହାଣ୍ଡିଆ ମେଘ | ଅଶାନ୍ତ ହେଲାଣି ସମୁଦ୍ର | ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ | ପ୍ରବଳ ବର୍ଷାରେ ବୁଡ଼ିଯିବ ୧୨ ଜିଲ୍ଲା | ଯେଉଁଥିପାଇଁ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ | ଆଜି ସକାଳୁ ୫ ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡଘଡି ହୋଇଥିବା ଦେଖିବାକୁ ମିଳିଛି | କଟକ ସମେତ, ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ୱର, ଯାଜପୁରରେ ପ୍ରବଳ ବର୍ଷା ହେବା ସହ କିଛି କିଛି ସ୍ଥାନରେ ଜଳବନ୍ଦୀ ସମସ୍ୟା ମଧ୍ୟ ଦେଖିବାକୁ ମିଳିଛି |
ପାଣିପାଗକୁ ନଜରରେ ରଖି କାର୍ଯ୍ୟ କରିବାକୁକ ଦିଆଯାଇଛି ପରାମର୍ଶ | ଅନ୍ୟପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ କାଲିଠୁ ବର୍ଷାର ପରିମାଣ ବଢିବ | କେଉଁଝର, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ୱର, ନୟାଗଡ଼, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ରାୟଗଡା, କନ୍ଧମାଳ ଶ୍ସଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି | ଏହାସହ ଆସନ୍ତା ୬ ତାରିଖରେ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ କରିଛି ପାଣିପାଗ ବିଭାଗ |