ଅବସର ନେବେ ଗୌତମ ଆଦାମୀ ; ଏହି ୪ ଜଣଙ୍କ ମଧ୍ୟରୁ କିଏ ହେବ ପରବର୍ତ୍ତୀ ଉତ୍ତରାଧିକାରୀ ?
1 min readନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଆଦାନୀ ୭୦ ବର୍ଷ ବୟସରେ ଅବସର ନେବାକୁ ଯୋଜନା କରିଛନ୍ତି। ଏନେଇ ବ୍ଲୁମବର୍ଗ ରିପୋର୍ଟ କରିଛି। ବର୍ତ୍ତମାନ ତାଙ୍କୁ ୬୨ବର୍ଷ ।ଆଉ ୮ ବର୍ଷ ପରେ ସେ ଅବସର ନେବେ । ବ୍ଲୁମବର୍ଗ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାର ଅନୁଯାୟୀ ୬୨ ବର୍ଷୀୟ ବ୍ୟବସାୟୀ କହିଛନ୍ତି ଯେ ସେ ୨୦୩୦ ଦଶକ ପୂର୍ବରୁ ଆଦାନୀ ଗ୍ରୁପ୍ର ନିୟନ୍ତ୍ରଣ ତାଙ୍କ ପୁଅ ଏବଂ ସମ୍ପର୍କୀୟଙ୍କୁ ଦେବାକୁ ଚାହୁଁଛନ୍ତି। ବ୍ୟବସାୟର ଦୀର୍ଘସ୍ଥାୟୀ ସ୍ଥିରତା ପାଇଁ ଏକ ସୁଗମ ପରିବର୍ତ୍ତନ ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ ଦର୍ଶାଇଛନ୍ତି।
ତେବେ ଗୌତମ ଆଦାନୀ ତାଙ୍କ ଉତ୍ତରାଧିକାରୀଙ୍କ ବିଷୟରେ ପ୍ରଥମ ଥର ପାଇଁ ଆଲୋଚନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ଆଦାନୀ ଅବସର ନେଲେ ତାଙ୍କର ଚାରିଜଣ ଉତ୍ତରାଧିକାରୀ ହେବେ। ଫ୍ୟାମିଲି ଟ୍ରଷ୍ଟ ଅନୁସାରେ ଦୁଇ ପୁଅ କରଣ (୩୭) ଏବଂ ଜିତ (୨୬), ପୁତୁରା ପ୍ରଣବ (୪୫) ଏବଂ ସାଗର (୩୦) ଉତ୍ତରାଧିକାରୀ ହେବେ।
ଆଦାନୀ ତାଙ୍କ ଦୁଇ ପୁଅ କରଣ ଏବଂ ଜିତଙ୍କୁ ତାଙ୍କ ପୁତୁରା ପ୍ରଣବ ଏବଂ ସାଗରଙ୍କୁ ପଚାରିଛନ୍ତି ଯେ ସେମାନେ ଦଳର ବ୍ୟାପକ ବ୍ୟବସାୟକୁ ଭାଗ କରିବାକୁ ପସନ୍ଦ କରିବେ କିମ୍ବା ଏକୀକୃତ ଆଭିମୁଖ୍ୟ ବଜାୟ ରଖିବେ। ଅବସର ପରେ ମଧ୍ୟ ଗୋଷ୍ଠୀକୁ ଏକାଠି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ପରିବାର।
ଆଦାନୀ କହିଛନ୍ତି ଯେ – ବ୍ୟବସାୟରେ ସ୍ଥିରତା ପାଇଁ ଉତ୍ତରାଧିକାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏହି ବିକଳ୍ପକୁ ଦ୍ୱିତୀୟ ପିଢି ଉପରେ ଛାଡି ଦେଇଛି। କାରଣ ପରିବର୍ତ୍ତନ ଅର୍ଗାନିକ, ଗ୍ରାଜୁଆଲ୍ ଏବଂ ସିଷ୍ଟମେଟିକ୍ ଭାବରେ ହେବା ଉଚିତ।
ତେବେ ଷ୍ଟକ୍ ମାର୍କେଟରେ ଆଦାନୀ ଗ୍ରୁପ୍ ର ୧୦ ତାଲିକାଭୁକ୍ତ କମ୍ପାନୀ ରହିଛି। ଯେଉଁଥିରୁ ଆଦାନୀ ଏଣ୍ଟରପ୍ରାଇଜେସ୍ ହେଉଛି ଗ୍ରୁପ୍ ର ମୁଖ୍ୟ କମ୍ପାନୀ। ଏହା ସହିତ ଆଦାନୀ ବନ୍ଦର, ଆଦାନୀ ଗ୍ରୀନ ଏନର୍ଜି, ଆଦାନୀ ପାୱାର, ଆଦାନୀ ଟୋଟାଲ୍ ଗ୍ୟାସ୍, ଆଦାନୀ ଏନର୍ଜି ସଲ୍ୟୁସନ, ଆଦାନୀ ୱିଲମାର, ଆମ୍ବୁଜା ସିମେଣ୍ଟ, ଏସିସି ଏବଂ ଏନଡିଟିଭି ଅନ୍ତର୍ଭୁକ୍ତ। ଫୋର୍ବସ୍ ଅନୁଯାୟୀ ଗୌତମ ଆଦାନୀଙ୍କ ସମ୍ପତ୍ତି ମୂଲ୍ୟ ୭.୧୦ଲକ୍ଷ କୋଟି ରହିଛି।