Pratidin TV

Odisha's Digital News Platform

ୱାୟନାଡର ୱାଣ୍ଡର ଓମେନ , ୭୦ ପୁରୁଷଙ୍କ ଲିଡର ସାଜି କରିଲେ ବ୍ରିଜ ନିର୍ମାଣ..

1 min read

କେରଳ ଓ୍ବାୟନାଡରେ ସବୁକିଛି ଛାରଖାର କରିଦେଇଛି ସର୍ବଗ୍ରାସୀ ଭୂସ୍ଖଳନ । ଭୂସ୍ଖଳନକୁ 8 ଦିନ ପୁରିଥିବାବେଳେ ଆଜିବି ମାଟି କାଦୁଅ ତଳୁ ଜୀବନ ସତ୍ତା ଖୋଜା ଚାଲିଛି । ଏପଟେ ଭୟଙ୍କର ବିଭୀଷିକା ପରେ ଏପରି ଏନେକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସୁଛି ଯାହା ଜନମାନସଙ୍କୁ ସ୍ତବ୍ଧ କରିଦେଉଛି । ପ୍ରକୃତିର କରାଳ ରୂପ ଆଗରେ ମଣିଷ ଯେ କେତେ ଛାର ତାର ଭୟାନକ ଚିତ୍ର ଦେଖିଲା ପରେ ମାଟି ତଳେ ହଜିଯାଇଥିବା ପରିବାର ଲୋକଙ୍କ କଥା ଭାବିଲା ବେଳକୁ ଦେହ ଯେପରି ଶୀତେଇ ଯାଉଛି ।

ସେପଟେ ପ୍ରଭାବିତଙ୍କ ଉଦ୍ଧାର ପାଇଁ ଚୁରଲମାଳା ଗାଁରେ ନବନିର୍ମିତ ହୋଉଛି ବେଲି ବ୍ରିଜ୍ । ଏହାର ଦାୟିତ୍ବ ଭାରତୀୟ ସେନାକୁ ଦିଆଯାଇଛି । କିନ୍ତୁ ଏହାର ମୁଖ୍ୟ କର୍ଣ୍ଣଧାର ସାଜିଛନ୍ତି ଜଣେ ମହିଳା । ଯିଏକି ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ । ଭାରତୀୟ ସେନା ୟୁନିଟ୍ର ଏକମାତ୍ର ମହିଳା ଅଧିକାରୀ । ସେ ହେଉଛନ୍ତି ମେଜର ସୀତା ଅଶୋକ ଶେଲକେ । ସେ ସମସ୍ତଙ୍କଠାରୁ ହୋଇଛନ୍ତି ଭିନ୍ନ । ସୋଶିଆଲ୍ ମିଡିଆରେ ମେଜର ସୀତା ଏବଂ ଭାରତୀୟ ସେନାର ହେଉଛି ଜୋରଦାର ପ୍ରଶଂସା । ତେବେ କିଏ ଏହି ମେଜର ସୀତା ଅଶୋକ ଶେଲକେ ? ମେଜର ସୀତା ମହାରାଷ୍ଟ୍ରର ଅହମ୍ମଦ ନଗରର ଗାଡିଲଗାଓଁ ଗାଁର ବାସିନ୍ଦା । ସେ ବେଙ୍ଗାଲୁରୁ ସେନାର ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପର ୭୦ ଜଣିଆ ଟିମର ଏକମାତ୍ର ମହିଳା ଅଧିକାରୀ । ‘ମାଡ୍ରାସ୍ ସେପର୍ସ’ ଭାବରେ ଜଣାଶୁଣା ଏହି ଇଞ୍ଜିନିୟରିଂ ୟୁନିଟ ସେନା ପାଇଁ ରାସ୍ତା ସଫା କରିବା, ବ୍ରିଜ୍ ନିର୍ମାଣ ଏବଂ ଯୁଦ୍ଧ ବେଳେ ଲ୍ୟାଣ୍ଡମାଇନ୍ ଖୋଜିବା ଏବଂ ନିଷ୍କ୍ରିୟ କରିବା ଦାୟିତ୍ବ ଦିଆଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ୟୁନିଟ୍ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିଥାଏ ।

Advertisement

୨୦୧୮ କେରଳ ବନ୍ୟା ସମୟରେ ଏହି ୟୁନିଟ୍ ରହିଥିଲା ବେଶ୍ ସକ୍ରିୟ । ମାଡ୍ରାସ୍ ଇଞ୍ଜିନିୟର୍ ଗ୍ରୁପ୍ ମାତ୍ର ୩୧ ଘଣ୍ଟା ମଧ୍ୟରେ ବ୍ରିଜ୍ ନିର୍ମାଣ କାର୍ଯ୍ୟ ଶେଷ କରିଥିଲେ । ଏହି ଟିମ୍ର ନେତୃତ୍ବ ନେଇଥିଲେ ମେଜର ସୀତା ଅଶୋକ ଶେଲକେ । ଅକ୍ଲାନ୍ତ ପରିଶ୍ରମ କରିବା ସତ୍ତ୍ବେ ମଧ୍ୟ ବ୍ରିଜ୍ ନିର୍ମାଣର ଶ୍ରେୟ ସେ କେବଳ ନିଜ ଟିମ୍କୁ ଦେଇ ନାହାନ୍ତି । ସମସ୍ତ ସ୍ଥାନୀୟ ଅଧିକାରୀ, ଏବଂ ତାଙ୍କୁ ସାହାଯ୍ୟ କରୁଥିବା ସମସ୍ତ ଲୋକଙ୍କୁ ଶ୍ରେୟ ଦେଇଛନ୍ତି ସେ । ମେଜର ସୀତା ଲୋକଙ୍କୁ ଉଦ୍ଧାର କରିବା ଏବଂ ମୃତକଙ୍କ ଶବକୁ ବିନା କୌଣସି ବିଳମ୍ବରେ ଉଦ୍ଧାର କରାଯାଇପାରିବ ସେ ନେଇ କରିଥିଲେ ଚେଷ୍ଟା । ପ୍ରବଳ ବର୍ଷା ଏବଂ ବ୍ରିଜ୍ ନିର୍ମାଣ ପାଇଁ ସୀମିତ ସ୍ଥାନ ରହିଥିବା ଯୋଗୁଁ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥିଲେ ମେଜର ସୀତାଙ୍କ ୟୁନିଟ୍ । କିନ୍ତୁ ଏସବୁ ଆହ୍ବାନକୁ ସାମ୍ନା କରି ମେଜର ଶେଲକେ ଏବଂ ତାଙ୍କ ଟିମ୍ ବ୍ରିଜ୍ର ନିର୍ମାଣ ରେ ସଫଳ ହୋଇଥିଲେ  । ଯାହାକି ଉଦ୍ଧାର କାର୍ଯ୍ୟ ପାଇଁ ହୋଇଛି ଏକମାତ୍ର ମାର୍ଗ । ମେଜର ଶେଲକେ ନିଜେ ମହିଳା ହୋଇ ମଧ୍ୟ ପଛକୁ ହଟିନଥିଲେ । ସେ ଭୂସ୍ଖଳନ ସ୍ଥଳରେ ପୁରୁଷ ସହକର୍ମୀଙ୍କ ସହ ସମାନ କାମ କରୁଥିଲେ । ଅନ୍ୟପଟେ ମେଜର ସୀତାଙ୍କ କାମକୁ ନେଇ ସୋସିଆଲ୍ ମିଡିଆରେ ପ୍ରଶଂସା କରିଛନ୍ତି ଆନନ୍ଦ ମହିନ୍ଦ୍ରା ।

Leave a Reply

Your email address will not be published. Required fields are marked *