Pratidin TV

Odisha's Digital News Platform

ପୁଣି ବିଗିଡିଲା ଆଡଭାନୀଙ୍କ ସ୍ବାସ୍ଥ୍ଯବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି..

1 min read

ପୁଣି ଅସୁସ୍ଥ ହେଲେ ବରିଷ୍ଠ ବିଜେପି ନେତା ଏଲ.କେ ଆଡଭାନୀ । ଏଲ.କେ ଆଡଭାନୀ ମଙ୍ଗଳବାର  ଦିଲ୍ଲୀର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସେଠାରେ ତାଙ୍କର ଚିକିତ୍ସା ଚାଲିଛି ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ନେଇ ସୂତ୍ରରୁ ପ୍ରକାଶ। ୯୬ ବର୍ଷୀୟ ଏହି ନେତାଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହା ପୂର୍ବରୁ  ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟ ଏଲ.କେ ଆଡଭାନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ଦୁଇ ଦିନ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ନ୍ୟୁରୋଲୋଜି ବିଭାଗର ବରିଷ୍ଠ କନସଲଣ୍ଟାଣ୍ଟ ଡ. ବିନିତ ସୁରୀଙ୍କ ତତ୍ବାବଧାନରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।ଏହାପୂର୍ବରୁ ତାଙ୍କୁ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଥିଲା। ଏହାପରେ ଚିକିତ୍ସିତ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା।

Advertisement

Leave a Reply

Your email address will not be published. Required fields are marked *