Pratidin TV

Odisha's Digital News Platform

ଅଲିମ୍ପିକ୍ସ ହକି ସେମିରେ ଜର୍ମାନୀଠୁ ହାରିଲା ଭାରତ; ଆସନ୍ତାକାଲି ବ୍ରୋଞ୍ଜ ପଦକ ପାଇଁ ସ୍ପେନ୍ ସହ ମୁକାବିଲା

1 min read

ଦୀର୍ଘ ୪୪ ବର୍ଷ ପରେ ଅଲିମ୍ପିକ୍ସର ଫାଇନାଲ ଖେଳିବାକୁ ଭାରତୀୟ ପୁରୁଷ ହକି ଦଳ ଯେଉଁ ଆଶା ରଖିଥିଲା , ତାହା ମଉଳି ଯାଇଛି। ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଜର୍ମାନୀ ୩-୨ ଗୋଲରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସେହିପରି ଟିମ୍ ଇଣ୍ଡିଆକୁ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଅପେକ୍ଷା କରିବାକୁ ପଡ଼ିବ।

ମଙ୍ଗଳବାର ପ୍ୟାରିସ୍ ଅଲିମ୍ପିକ୍ସରେ ସେମିଫାଇନାଲରେ ଭାରତକୁ ୩-୨ ଗୋଲରେ ଜର୍ମାନୀ ପରାସ୍ତ କରିଛି। ବ୍ୟାଚ୍ ସଂଘର୍ଷ ପୂର୍ଣ୍ଣ ହୋଇଥିଲା ଏବଂ ଉଭୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲେ। ସ୍କୋର୍ ୨-୨ ଥିବାବେଳେ ୫୪ ମିନିଟରେ ମାର୍କେ ମିଲଟକାଉ ଗୋଲ ଦେଇ ଭାରତକୁ ନିରାଶ କରିଛନ୍ତି। କ୍ରମାଗତ ୨ୟ ଅଲିମ୍ପିକ୍ସରେ ଭାରତ କାଂସ୍ୟ ପାଇଁ ଖେଳିବ। ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ହରାଇ ଭାରତ ୩୧ ବର୍ଷ ପରେ କାଂସ୍ୟ ଜିତିଥିଲା। ଏଥର କାଂସ୍ୟ ପଦକ ପାଇଁ ଭାରତ ସ୍ପେନ୍ ବିପକ୍ଷରେ ଖେଳିବ। ଆକ୍ରମଣାତ୍ମକ ଢଙ୍ଗରେ ଭାରତ ଖେଳ ଆରମ୍ଭ କରିଥିଲା। ଭାରତକୁ କ୍ରମାଗତ ୨ଟି ପେନାଲଟି କର୍ଣ୍ଣର ମିଳିଥିଲା। ହେଲେ ଏହା ନିଷ୍ଫଳ ହୋଇଛି।

Advertisement

ତେବେ ଏହା ସତ୍ତ୍ୱେ ଭାରତୀୟ ଦଳ ପ୍ୟାରିସରୁ ପଦକ ଜିତି ଫେରିବାର ସୁଯୋଗ ପାଇଛି। ଟିମ୍ ଇଣ୍ଡିଆ ଏବେ କାଂସ୍ୟ ପଦକ ପାଇଁ ଦାବି କରିବ, ଯେଉଁଠାରେ ସେମାନେ ଅଗଷ୍ଟ ୮ରେ ସ୍ପେନ୍ କୁ ଭେଟିବ। ସେହିପରି ଜର୍ମାନୀ ସ୍ୱର୍ଣ୍ଣ ପଦକ ମୁକାବିଲା ପାଇଁ ନେଦରଲାଣ୍ଡକୁ ଭେଟିବ।

Leave a Reply

Your email address will not be published. Required fields are marked *