Pratidin TV

Odisha's Digital News Platform

ଅଯୋଗ୍ୟ ଘୋଷିତ ହେବାପରେ ଅସୁସ୍ଥ ହେଲେ ଭିନେଶ , ହସ୍ପିଟାଲରେ ହେଲେ ଭର୍ତ୍ତି ..

1 min read

ଫାଇନାଲ ପୂର୍ବରୁ ଡିସକ୍ୱାଲିଫାଇଡ୍‌ ହେବା ପରେ ଚେତା ଶୂନ୍ୟ ହୋଇ ପଡିଛନ୍ତି  ଭିନେଶ ଫୋଗଟ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଠାତ ତାଙ୍କର  ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ୟାରିସର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଭିନେଶ ଫୋଗଟ ।

ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅସୁସ୍ଥତା ର କାରଣ ଜଣାପଡିନାହିଁ । ତେବେ ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ଅସୁସ୍ଥ ହୋଇଥିବା ଅନୁମାନ କରାଯାଉଛି । ତେବେ ଫାଇନାଲ ଖେଳିବା ପୂର୍ବରୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷିତ ହୋଇଥିଲେ ଭିନେଶ ।ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ତାଙ୍କୁ ଡିସ୍‌କ୍ୱାଲିଫାଏଡ୍‌ ଘୋଷଣା କରାଯାଇଛି।୫୦ କେଜିଠାରୁ ଭିନେଶ ମାତ୍ର ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ଅଯୋଗ୍ୟ ଘୋଷିତ କରାଯାଇଛି । ପ୍ରତିଯୋଗିତାର ନିୟମ ଅନୁଯାୟୀ, ଭିନେଶ ରୌପ୍ୟ ପଦକ ପାଇଁ ମଧ୍ୟ ଯୋଗ୍ୟ ହେବେ ନାହିଁ। ଏବେ କେବଳ ୫୦ କିଲୋଗ୍ରାମରେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ ପଦକ ବିଜେତାମାନେ ହିଁ ଅଂଶଗ୍ରହଣ କରିବେ।

Advertisement

Leave a Reply

Your email address will not be published. Required fields are marked *