Pratidin TV

Odisha's Digital News Platform

ଭିନେଶଙ୍କ ଡିସକ୍ୱାଲିଫାଏଡ ଖବର ଶୁଣି ଭାବୁକ ହେଲେ ମୋଦି , ସୋସିଆଲ ମିଡିଆରେ ଲେଖିଲେ ଏମିତି

1 min read

 ଦେଶ ପାଇଁ ସ୍ବର୍ଣ୍ଣ ପଦକ ଜିତିବାକୁ ସ୍ବପ୍ନ ଦେଖିଥିଲେ  ଭିନେଶ। ହେଲେ ଆଜି ତାଙ୍କ ସ୍ବପ୍ନ ତାଙ୍କ ଆଶା ଆଶାରେ  ରହିଯାଇଛି। ଅଲମ୍ପିକ୍ସ ରେ ଫାଇନାଲ ପୂର୍ବରୁ ଧାର୍ଯ୍ୟଠାରୁ ଅଧିକ ଓଜନ ପାଇଁ ଡିସ୍କ୍ବାଲିଫାଏଡ ହୋଇଛନ୍ତି ଭିନେଶ ।  ୫୦ କେଜିଠାରୁ ଭିନେଶ ସାମାନ୍ୟ ଅଧିକ ଗ୍ରାମର ଓଜନ ହୋଇଥିବାରୁ ସେ ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷଣା ହୋଇଛନ୍ତି । ଏହି ଘୋଷଣା ପରେ ଭିନେଶ ବହୁତ ଭାଙ୍ଗିପଡିଥିବା ଜଣାପଡିଛି । ଏପରିକି ତାଙ୍କର ମୁଣ୍ଡ ବୁଲାଇ ଚେତାଶୂନ୍ୟ ହୋଇପଡିଥିଲେ । ଯେଉଁଥିପାଇଁ ତାଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି। ତେବେ ଭିନେଶଙ୍କୁ ସାନ୍ତ୍ୱନା ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ନିଜ ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ପୋଷ୍ଟ କରିଛନ୍ତି । ସେ କହିଛନ୍ତି, ଭିନେଶ, ତୁମେ ଚାମ୍ପିଅନଙ୍କ ଭିତରେ ଚାମ୍ପିଅନ। ତୁମେ ଭାରତ ପାଇଁ ଗର୍ବ, ପ୍ରତି ଭାରତୀୟଙ୍କ ପାଇଁ ପ୍ରେରଣା। ଦୃଢ଼ତାର ସହ ପ୍ରତ୍ୟାବର୍ତ୍ତନ କର, ଆମେ ସମସ୍ତେ ତୁମ ସହ ଅଛୁ।

ଭାରତର ସ୍ୱର୍ଣ୍ଣ ପଦକ ଜିତିବାର ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିିଛି। ପ୍ୟାରିସ ଅଲିମ୍ପିକ୍ସରେ ମହିଳା ୫୦ କିଲୋଗ୍ରାମ ରେସଲିଂ ଫାଇନାଲରୁ ଭିନେଶ ଫୋଗଟ ଅଯୋଗ୍ୟ ହୋଇ ଯାଇଛନ୍ତି। ୨୯ ବର୍ଷୀୟା ‌ଫୋଗଟଙ୍କ ଓଜନ ଫାଇନାଲରେ ୧୫୦ ଗ୍ରାମ ଅଧିକ ହୋଇଥିବାରୁ ଦ୍ୱିତୀୟ ଦିନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅଯୋଗ୍ୟ ହୋଇ ଯାଇଛନ୍ତି।

ଦୁର୍ଭାଗ୍ୟବଶତଃ ପ୍ୟାରିସ୍ ଅଲିମ୍ପିକ୍ସରେ ଭିନେଶ ଫୋଗଟ୍ ଆଉ କୌଣସି ପଦକ ଜିତିବେ ନାହିଁ। ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୫୦ କିଲୋ ଥିବା ବେଳେ ବୁଧବାର ମାତ୍ର ୧୫୦ ଗ୍ରାମ୍‌ ବଢ଼ିିଯିବାରୁ ତାଙ୍କୁ ଖେଳରୁ ବିଦାୟ ନେବାକୁ ପଡ଼ିଛି।

Leave a Reply

Your email address will not be published. Required fields are marked *