Pratidin TV

Odisha's Digital News Platform

କଂଗ୍ରେସର ଭାରତ ଯୋଡ ଯାତ୍ରା : ରାହୁଲଙ୍କୁ ଗୋଲାପ ଦେଇ ପୁଣି ଚର୍ଚ୍ଚାରେ ସ୍ୱରା ଭାସ୍କର ..

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ୍ ଅଭିନେତ୍ରୀ ସ୍ୱରା ଭାସ୍କର । ଏମିତିତ ନିଜର ସମାଜ ସେବା ସହ ପ୍ରତ୍ୟକ କଥାରେ ନିଜର ଭିନ୍ନ ମତକୁ ନେଇ ସବୁବେଳେ ଲୋକମାନଙ୍କ ଚର୍ଚ୍ଚାରେ ରୁହନ୍ତି ସ୍ୱରା । କିନ୍ତୁ ନିକଟରେ ସେ ଏଭଳି କିଛି କରିଛନ୍ତି ଯାହା ପାଇଁ ବର୍ତ୍ତମାନ ତାଙ୍କୁ ନେଇ ଅନେକ ପ୍ରକାରର କଳ୍ପନା ଜଳ୍ପନା ଚାଲିଛି । ବଲିଉଡ୍ ଏବଂ ରାଜନୀତିର ସମ୍ପର୍କ ଏବେକା ନୁହେଁ ବହୁ ପୁରୁଣା । ବର୍ତ୍ତମାନ ବୋଧହୁଏ ପୁଣି ଥରେ ସମ୍ପର୍କ ଗଢିବାକୁ ଯାଉଛି ବଲିଉଡ୍ ଓ ପଲିଟିକ୍ସ । ନିକଟରେ କ୍‌ଂଗ୍ରେସର ଭାରତ ଯୋଡ ଯାତ୍ରାରୁ କିଛି ଫଟୋ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖିବାପରେ ସ୍ୱରାଙ୍କ ପ୍ରଶଂସକମାନେ ଖୁବ୍ ଉତ୍ସାହିତ ଅଛନ୍ତି । ସେ ରାହୁଲଙ୍କୁ ବିବାହ କରିପାରନ୍ତି ବୋଲି ଅନେକ ଆଲୋଚନା ସମାଲୋଚନା ଚାଲିଛି ।

ସୂଚନାଅନୁ୍‌ଯାୟୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଏବେ ମଧ୍ୟପ୍ରଦେଶରେ ଚାଲିଛି। ଫିଲ୍ମ ଅଭିନେତ୍ରୀ ସ୍ବରା ଭାସ୍କର ଗୁରୁବାର ଉଜ୍ଜୟିନୀରେ ଏହି ପଦଯାତ୍ରାରେ ରାହୁଲଙ୍କ ସହ ସାମିଲ ହୋଇ ତାଙ୍କୁ ଗୋଲାପ ଦେଇଛନ୍ତି। ଦଳ ପକ୍ଷରୁ ଆଜି ରାହୁଲ ଏବଂ ସ୍ବରା ଏକସଂଗରେ ଚାଲୁଥିବା ଫଟୋ ସେୟାର କରାଯାଇଛି। ଏନ୍ଡିଏ ସରକାର ବିରୋଧରେ ବିଭିନ୍ନ ସମୟରେ କଡ଼ା ମନ୍ତବ୍ୟ ଦେଉଥିବା ସ୍ବରା ସୋସିଆଲ ମିଡିଆରେ ମଧ୍ୟ ବେଶ୍ ସକ୍ରିୟ ଅଛନ୍ତି।

ରାହୁଲ ଗାନ୍ଧିଙ୍କ ଏହି ଯାତ୍ରା ଆଗାମୀ ୧୨ ଦିନ ମଧ୍ୟରେ ରାଜ୍ୟର ବ୍ୟାପକ ଅଞ୍ଚଳ ଅତିକ୍ରମ କରିବ। ତେବେ ବଲିଉଡ୍ ବେଶ୍ ଚର୍ଚ୍ଚିତ ଅଭିନେତ୍ରୀ ରାହୁଲଗାନ୍ଧିଙ୍କୁ ଗୋଲାପ ଦେବାପରେ ବଲିଉଡ୍ ଏବଂ ରାଜନୀତିରେ ଏହି ପ୍ରସଙ୍ଗଟି ନିଆଁ ଭଳି ବ୍ୟାପିଯାଇଛି ।

Leave a Reply

Your email address will not be published. Required fields are marked *