Pratidin TV

Odisha's Digital News Platform

ଅଣାୟତ୍ତ ବାଂଲାଦେଶ : ଜୀବନ ବଞ୍ଚାଇ ଭାରତ ଫେରିଲେ ୨୦୫ ଭାରତୀୟ , ଅଛନ୍ତି ୬ ନବଜାତକ ..

1 min read

ଅଶାନ୍ତ ହୋଇପଡିଛି ବାଂଲାଦେଶ। ସେଠାରେ ଭାରତୀୟଙ୍କ ଉପରେ ହେଉଥିବା ଆକ୍ରମଣକୁ  ଦୃଷ୍ଟିରେ ରଖି , କେନ୍ଦ୍ର ସରକାର ସେଠାରୁ ଭାରତୀୟମାନଙ୍କୁ ଫେରାଇ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏହିକ୍ରମରେ ଆଜି ଢାକାରୁ ୨୦୫ ଜଣ ଭାରତୀୟଙ୍କୁ ବିମାନ ଯୋଗେ ଭାରତକୁ ଫେରାଇ ଅଣାଯାଇଛି।

ଏୟାର ଇଣ୍ଡିଆ ଏୟାରଲାଇନସର ଏକ ସ୍ୱତନ୍ତ୍ର ବିମାନରେ ୬ ଜଣ ଶିଶୁ ଓ ୧୯୯ ବୟସ୍କଙ୍କୁ ଭାରତ ଅଣାଯାଇଥିବା ଜଣାପଡିଛି।  ସୂଚନା ଅନୁଯାୟୀ, ଗତ ଜୁଲାଇ ମାସରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ପ୍ରଦର୍ଶନ ଆରମ୍ଭ ହେବା ପରେ ସେଠାରେ ଅଧ୍ୟୟନ କରୁଥିବା ଅଧିକାଂଶ ଭାରତୀୟ ଛାତ୍ରଛାତ୍ରୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ଏବେ ବାଂଲାଦେଶର ଏପରି ସ୍ଥିତି ଦେଖି ଏମିତି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

Advertisement

Leave a Reply

Your email address will not be published. Required fields are marked *