Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟିଲେ ଆମେରିକା କନ୍‌ସଲ ଜେନେରାଲ ଜେନିଫର୍‌ ଲାର୍‌ସନ

ଓଡ଼ିଶାର ପ୍ରଗତି କ୍ଷେତ୍ରରେ ଜଣେ ମହିଳାଙ୍କୁ ନେଇ ଏବେ ହେଉଛି ଅନେକ ଚର୍ଚ୍ଚା | ଲୋକସଭା ଭବନରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳିଥିଲା | ହଠାତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡକାଇଲେ ବୈଠକ ଏବଂ ସେହି ସମୟରେ ଉପସ୍ଥିତ ଥିଲେ ଉଚ୍ଚସ୍ଥରୀୟ ଅଧିକାରୀ | ତେବେ ସମସ୍ତଙ୍କ ମନରେ ଉଠିଛି ପ୍ରଶ୍ନ | ଏହି ମହିଳା ଜଣକ କିଏ |

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଓଡ଼ିଶାର ପ୍ରଗତି ଓ ଉନ୍ନତି କ୍ଷେତ୍ରର ଏହି ମହିଳାଙ୍କ ସହ ଆଲୋଚନା କରିଛନ୍ତି | ତେବେ ଏହି ମହିଳା ଜଣକ ହେଉଛନ୍ତି ହାଇଦ୍ରାବାଦ ଠାରେ ଅବସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସଲ ଜେନେରାଲ ଜେନିଫର୍‌ ଲାର୍‌ସନ | ତେବେ ଗତକାଲି ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି | ଏହାସହ ଶିଳ୍ପ, ଶିକ୍ଷା, ଶକ୍ତି, ପର୍ଯ୍ୟଟନ, ଓ ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଉଭୟ ଆମେରିକା ଏବଂ ଓଡିଶା ମଧ୍ୟରେ ଅଂଶୀଦାରକୁ ମଜବୁତ କରିବା ନେଇ ଗୁରୁତ୍ୱ ଦେଇଛନ୍ତି | ରାଜ୍ୟରେ ପର୍ଯ୍ୟାପ୍ତ ଭୂମି ଜଳ, ଓ ଶକ୍ତି ସହିତ ମାନବ ସମ୍ଭଳ ରହିଛି |

ଆସନ୍ତା ୬ ରୁ ୭ ମଧ୍ୟରେ ଓଡ଼ିଶାରେ ଉତ୍କର୍ଷ ଉତ୍କଳ କାନକ୍ଳେଭ ଅନୁଷ୍ଠିତ ହେବାକୁ ଯାଉଛି | ତେବେ ଏହି କାର୍ଯ୍ୟକ୍ରମରେ ଆମେରିକାର ଶିଳ୍ପ ସଂସ୍ଥା ଅଧିକରୁ ଅଧିକ ଅଂଶ ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି | ଓଡ଼ିଶାରେ ସେମି କଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା କରିବା ସହିତ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆମେରିକାର ସହଯୋଗ ମଧ୍ୟ କାମନା କରିଛନ୍ତି | ଏହାଦ୍ୱାରା ଓଡ଼ିଶାର ଆହୁରି ପ୍ରଗତି ହେବ |

Leave a Reply

Your email address will not be published. Required fields are marked *