Pratidin TV

Odisha's Digital News Platform

ବେଲିଙ୍ଗଟନରେ ରାଷ୍ଟ୍ରପତିଙ୍କୁ ନିଆରା ସ୍ୱାଗତ୍‌ , ଏମିତି ଦିଆଗଲା ରୟାଲ ଗାର୍ଡ ଅଫ୍ ଅର୍ନର…

1 min read

ଭାରତ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ୱେଲିଙ୍ଗଟନରେ ପହଞ୍ଚିଥିଲେ। ସେଠାରେ ୱେଲିଙ୍ଗଟନ୍ର ସରକାରୀ ଗୃହରେ ପାରମ୍ପାରିକ ମାଓରି “ପୌହିରୀ” ସମାରୋହରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ସମ୍ମାନିତ କରାଯାଇଥିଲା। ତାଙ୍କୁ ରୟାଲ ଗାର୍ଡ ଅଫ୍ ଅନର ମଧ୍ୟ ପ୍ରଦାନ କରାଯାଇଥିଲା। ଆସନ୍ତୁ ଆପଣଙ୍କୁ କହିବା ଯେ ଭାରତୀୟ ରାଷ୍ଟ୍ରପତି ତିନି ଦେଶ ଗସ୍ତରେ ଅଛନ୍ତି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ନ୍ୟୁଜିଲ୍ୟାଣ୍ଡର ୱେଲିଙ୍ଗଟନରେ ପହଞ୍ଚିଥିଲେ।

ବୁଧବାର ନ୍ୟୁଜିଲାଣ୍ଡରେ ପହଞ୍ଚି ସେଠାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଟଡ୍ ମ୍ୟାକଲେ ଏବଂ ଭାରତୀୟ ହାଇ କମିଶନର ନୀତା ଭୂଷଣ ତାଙ୍କୁ ସ୍ବାଗତ କରିଥିଲେ। ଗୁରୁବାର ରାଷ୍ଟ୍ରପତି ମୁର୍ମୁ ନ୍ୟୁଜିଲାଣ୍ଡର ଗଭର୍ନର ଜେନେରାଲ ଡେମ୍ ସିଣ୍ଡି କିରୋ ଏବଂ ଉପମୁଖ୍ୟମନ୍ତ୍ରୀ ଓ୍ବିନଷ୍ଟନ ପିଟର୍ସଙ୍କୁ ଭେଟିଛନ୍ତି। ଏହି ବୈଠକରେ ମୁର୍ମୁ ତାଙ୍କ ସହ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାର ଉପାୟ ବିଷୟରେ ଆଲୋଚନା କରିଛନ୍ତି।

ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସରକାରୀ ମୁଖପାତ୍ର ରାନ୍ଧୀର ଯଶୱାଲ କହିଛନ୍ତି ଯେ ‘ଭାରତ- ନ୍ୟୁଜିଲାଣ୍ଡ ସହଭାଗିତାକୁ ଶକ୍ତି ପ୍ରଦାନ କରୁଛି ।

Leave a Reply

Your email address will not be published. Required fields are marked *