Pratidin TV

Odisha's Digital News Platform

କଡ଼ାକଡ଼ି ହେଲା ନିୟମ , ଶିଶୁ କଳାକାରଙ୍କ ଅଭିନୟରେ ରୋକ ଲଗାଇଲେ ସରକାର ..

1 min read

ଆଉ ଅଭିନୟ କରିପାରିବେନି ଶିଶୁ କଳାକାର ।  ଟେଲିଭିଜନ, ସିନେମା, ଯାତ୍ରାରେ କାର୍ଯ୍ୟ କରୁଥିବା ଶିଶୁ କଳାକାରଙ୍କ ପାଇଁ ନୂଆ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର ।ମନୋରଞ୍ଜନ ଶିଳ୍ପ ଓ ବ୍ୟବସାୟିକ ମନୋରଞ୍ଜନ କାର୍ଯ୍ୟକ୍ରମରେ ଶିଶୁ ଏବଂ କିଶୋରଙ୍କୁ ନିୟୋଜନ ନେଇ କେତେକ କଟକଣା ଲଗାଯାଇଛି। ଏନେଇ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍‌ସିପିସିଆର୍‌) ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇଛି। ତେବେ ଜିଲ୍ଲା ମାଜିଷ୍ଟ୍ରେଟ ଓ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ପ୍ରଦାନ କରାଯାଇଛି ।

ନୂଆ ନିୟମ ଅନୁଯାୟୀ ଏଣିକି ମନୋରଞ୍ଜନ ପାଇଁ ଶିଶୁଙ୍କ ବ୍ୟବହାର ଉପରେ ରୋକ୍ ଲାଗିବ । ଯାତ୍ରାରେ କାମ କରିବାକୁ ହେଲେ ମାଲିକମାନେ ପ୍ରଥମେ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଅନୁମତି ନେବା ଆବଶ୍ୟକ । ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଶିଶୁ ଅଂଶଗ୍ରହଣକାରୀଙ୍କ ତାଲିକା, ପିତାମାତା କିମ୍ବା ଅଭିଭାବକଙ୍କ ସମ୍ମତି ଦେବା ଜରୁରୀ । ପ୍ରାପ୍ତ ହୋଇଥିବା ଅନୁମତି ଛଅ ମାସ ପାଇଁ ବୈଧ ରହିବ ।ସେମାନଙ୍କ ଇଚ୍ଛା ବିରୋଧରେ କୌଣସି କାର୍ଯ୍ୟ ବାଧ୍ୟତାମୂଳକ ଭାବେ କରାଯାଇପାରିବ ନାହିଁ। କେବଳ ସ୍ତନ୍ୟପାନ କିମ୍ବା ଟିକାକରଣକୁ ଛାଡ଼ି ଦେଲେ ୩ମାସ ପୂର୍ବର ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିଆଯିବ ନାହିଁ। ୬ବର୍ଷରୁ କମ୍‌ ପିଲାଙ୍କ ପାଖରେ ପରିବାରର କେହି ସଦସ୍ୟ ଉପସ୍ଥିତ ରହିବା ନିହାତି ଆବଶ୍ୟକ।

Advertisement

ଏଥିସହ ଯାତ୍ରା କରିବା ସମୟରେ ସେମାନଙ୍କ ପାଇଁ ସମସ୍ତ ବନ୍ଦୋବସ୍ତ କରାଯିବା ସହ ସେମାନଙ୍କ ସହ ଅଭିଭାବକ ମଧ୍ୟ ରହିବେ। ପୋଷଣଯୁକ୍ତ ଖାଦ୍ୟ, ମେଡିକାଲ ସୁବିଧା ଓ ଶୁଟିଂ ସେଟ୍‌ରେ ସେମାନଙ୍କ ପୋଷାକ ପରିବର୍ତ୍ତନ କଲାବେଳେ ଭିନ୍ନ କୋଠରିର ବ୍ୟବସ୍ଥା ରହିବ। ବିପରୀତ ଲିଙ୍ଗର ଯେଭଳି କେହି ଉପସ୍ଥିତ ନ ରୁହନ୍ତି ସେ ପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୋଟିଏ ଦିନରେ ୫ଘଣ୍ଟାରୁ ଅଧିକ କାମ ନ କରାଇବା ଓ ସମସ୍ତ ଆବଶ୍ୟକ ସୁବିଧା ପ୍ରଦାନକୁ ଆଡ୍‌ଭାଇଜରିରେ ଗୁରୁତ୍ୱ ଦିଆଯାଇଛି। ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଓଏସ୍‌ସିପିସିଆର୍‌ ସମସ୍ତ ଜିଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *