Pratidin TV

Odisha's Digital News Platform

କୁକୁରକୁ ନିଶା ଦେଇ ଘରେ ଵୁଲେଇଲେ କଳା କନା , ଲୁଟିନେଲେ ତିନି ଲକ୍ଷ ଟଙ୍କାର ଅଧିକ ସମ୍ପତ୍ତି ..

1 min read

ଚୋରି ର ନୂଆ ତରିକା । କୁକୁରକୁ ନିଶା ଦେଇ ଘରେ କଳାକନା ବୁଲାଇଲା ଚୋର । ପ୍ରଥମେ କୁକୁର ଙ୍କୁ ଖାଇବା ରେ ନିଶା ମେଡ଼ିସିନ ଦେଲେ । କୁକୁର ବେହୋସ ହେବା ପରେ ତାଲା ଭାଙ୍ଗି ଲୁଟିଲେ । ଘରେ କେହି ନଥିବାର ସୁଯୋଗ ପାଇ ଏପରି କାଣ୍ଡ ଭିଆଇଛନ୍ତି ଲୁଟେରା । ମାଆ ଙ୍କ ର ଶୁଦ୍ଧିକ୍ରିୟା ପାଇଁ ଗାଆଁ କୁ ଯାଇଥିବା ବେଳେ ଘରକୁ କୁକୁର ଜଗିଥିଲେ ହେଁ ଚୋରମାନେ ତାକୁ ନିଶା ଦେଇ ଏପରି କାଣ୍ଡ ଭିଆଇଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ରେ ଦେଖିବାକୁ ମିଳିଛି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନ ଅଧିନ ଚରମ୍ପା ପଥରଆଡ଼ି ଗ୍ରାମରେ ଘଟିଛି ଏହି ଘଟଣା ।

ଘରେ କେହି ନଥିବାର ସୁଯୋଗ ନେଇ ଘର କବାଟ ଭାଙ୍ଗି ସବୁ ଲୁଟି ନେଲେ ଲୁଟେରା । ଅଭିଯୋଗ ଅନୁଯାୟୀ ଭଦ୍ରକ ଜିଲ୍ଲା ନାୟକାଣି ଡିହି ଅଞ୍ଚଳ ର ଶରତ କୁମାର ନାୟକ ପଥରଆଡ଼ି ରେ ଦୁଇବର୍ଷ ହେବ ରହୁଚନ୍ତି । ନିଜ ମା ଙ୍କ ଶୁଦ୍ଧି ପାଇଁ ଗାଁ କୁ ଯାଇଥିଲେ । ତେବେ ଗତକାଲି ରାତି ସମୟ ରେ ଲୁଟେରା ମାନେ ପୋଷା କୁକୁର ଙ୍କୁ ଖାଦ୍ୟ ରେ ମେଡିସିନ ଦେଇଥିଲେ । କୁକୁର ଅଚେତ୍ ହେବା ପରେ ଘର ର ତାଲା ଭାଙ୍ଗି 3 ଲକ୍ଷ ଟଙ୍କାରୁ ଉର୍ଦ୍ଧ ସୁନା ଗହଣା ସହ ନଗଦ 50 ହଜାର ଟଙ୍କା ଲୁଟ ନେଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ଶରତ ନାୟକ । ତେବେ ଚରମ୍ପା ଅଞ୍ଚଳରେ ଲଗାତାର କିଛିଦିନ ହେବ ଚୋରି ଘଟଣାକୁ ନେଇ ଜଣସାଧାରଣ ଆତଙ୍କିତ ଥିବା ବେଳେ ପୋଲିସର କାର୍ଯ୍ୟନୁଷ୍ଠାନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *