ପାର୍କିଂ କାଣ୍ଡରୁ ଗଡିଲା ମୁଣ୍ଡ , ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ନେଇଗଲେ ଭାଇର ଜୀବନ ।
1 min readରାଜଧାନୀରେ ପୁଣି ଘଟିଲା ବର୍ବର କାଣ୍ଡ । ସାମାନ୍ୟ ପାର୍କିଂକୁ ନେଇ ଗଡିଲା ୨ ଟି ମୁଣ୍ଡ । କାହାର ପୁଅ ତ ପୁଣି କାହାର ଭାଇ ପାଇଁ ଆଜି ଛାତି ପଟେଇ କାନ୍ଦୁଛନ୍ତି ମା –ଭଉଣୀ ।
ଆଜି ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଘଟିଛି ବିଭତ୍ସ ହତ୍ୟା । ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ ବବଲୁଙ୍କ ଘର କେନ୍ଦ୍ରାପଡା ବୋଲି ଜଣାପଡିଛି । ହୁଇ ସାଙ୍ଗ ରଶ୍ମି ରଞ୍ଜନ ଓ ସମ୍ବିତ ସ୍ଥାନୀୟ ଅଞ୍ଚଳର ଏକ ଭଡାଘରେ ରହି ଚିକେନ୍ ଦୋକାନ ଚଲାଇଥିଲେ । ଗତକାଲି ବିଳମ୍ବିତ ରାତିରେ ଗଣେଷ ମଲ୍ଲିକ(ବାପି )ଓ ତା ସହଯୋଗୀଙ୍କ ସହ ଦୁଇ ସାଙ୍ଗ ରଶ୍ମି ଓ ସମ୍ବିତ ଙ୍କ ଗାଡି ପାର୍କିଂ ନେଇ ବିବାଦ ହୋଇଥିଲା। ତେବେ ଏହି ରାଗରେ ଗଣେଷ ଓ ତା ସହଯୋଗୀ ଉଭୟଙ୍କୁ ଚାପଡରେ ହାଣି ହତ୍ୟା କରିଥିବା ଜଣାପଡିଛି।
ରଶ୍ମି
ହତ୍ୟା ପରେ ଗଣେଷ ଓ ସହଯୋଗୀ ପ୍ରଦୀପ ମଲ୍ଲିକ ଫେରାର ହୋଇଛନ୍ତି। ଗଣେଷଙ୍କ ପତ୍ନୀ ଏବଂ ଅନ୍ୟ ୪ ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଅଭିଯୁକ୍ତକୁ ଧରିବା ପାଇଁ ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡର ଚଢାଉ ଜାରି ରହିଛି। କିନ୍ତୁ ଅନ୍ୟପଟେ ଭାଙ୍ଗି ପଡିଛନ୍ତି ରଶ୍ମି ଓ ସମ୍ବିତ ଙ୍କ ପରିବାର । କାହାର ମା ଛାତି ପିଟି ପିଟି କାନ୍ଦୁଥିବା ବେଳେ , କାହା ଭଉଣୀ ମୁଣ୍ଡ ପିଟି କାନ୍ଦୁଛି । ଆଗକୁ ରାକ୍ଷୀ ପୂର୍ଣ୍ଣୀିମା ଭାଇ ରଶ୍ମି ପାଇଁ ରାକ୍ଷୀ ସହ ନୂଆ ଡ୍ରେସ କିଣି ରଖିଥିଲା ଗେହ୍ଲି ଭଉଣୀ । ହେଲେ ଆଉ ଆଖି ଖୋଲୁନି ଭାଇ ଯେଉଁ ହାତରେ ରାକ୍ଷୀ ବାନ୍ଦିଥାନ୍ତା ସେ ହାତରେ କେତେ କଟା ଦାଗ । ଯାହକୁ ଦେଖି ଆଉ ନିଜକୁ ସମ୍ଭାଳି ପାରିନି ଗେହ୍ଲି ଭଉଣୀ । କାନ୍ଦି କାନ୍ଦି କହୁଛି ମୋ ଭାଇକୁ ପଙ୍ଗୁ କରିଦେଇଥାନ୍ତ ହେଲେ କାହିଁକି ଜୀବନ ନେଇଗଲ ।