Pratidin TV

Odisha's Digital News Platform

ଝିଅ ବିବାହ ପାଇଁ ବ୍ୟାଙ୍କ୍‌ରେ ରଖିଥିଲେ ଟଙ୍କା , ଏପରି ଚୂନଲଗାଇ ଲୁଟିଲେ ସାଇବର ଲୁଟେରା..

1 min read

ମାଲକାନାଗିରି : ଝିଅ ବିବାହକୁ ନିଜ ସକ୍ଷର ସହ ଧୁମ୍ ଧାମରେ କରିବା ଏସବିଆଇ ବ୍ୟାଙ୍କରେ ରଖିଥିଲେ ୨ଲକ୍ଷ ୮୪ ହଜାର ଟଙ୍କା । ସବୁ ଟଙ୍କା ଚୂନମାରି ନେଇଗଲା ସାଇବର ଲୁଟେରା । ଜାଣନ୍ତୁ କିପରି ଚାଲାକିର ସହ ଲୁଟିନେଲେ ଟଙ୍କା ।
ସୂଚନା ଅନୁ୍‌ଯାୟୀ ଘଟଣାଟି ମାଲକାନାଗିରି ଜିଲ୍ଲାର ଏମ୍‌ଭି -୩୧ ଗାଁର ଅଟେ ।

ଉକ୍ତ ଗ୍ରାମର ସମୀର କୁମାର ନାମକ ବ୍ୟକ୍ତି ନିଜ ଝିଅ ବିବାହ ପାଇଁ ଷ୍ଟେଟ ବ୍ୟାଙ୍କରେ ୨ଲକ୍ଷ ୮୪ ହଜାର ଟଙ୍କା ରଖିଥିଲେ। ସମୀର କାଲିମେଳା ଷ୍ଟେଟ ବ୍ୟାଙ୍କକୁ ଯାଇଥିବା ବେଳେ ସେଠାରେ ତାଙ୍କୁ କ୍ରେଡିଟ କାର୍ଡ କରିବା ପାଇଁ କୁହାଯାଇଥିଲା। ସେଥିପାଇଁ ତାଙ୍କୁ ସମସ୍ତ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ ବୋଲି କୁହାଯାଇଥିଲ। ହଠାତ୍ ଦିନେ ସମୀରଙ୍କ ମୋବାଇଲକୁ ଏକ ଲିଙ୍କ୍ ଆସିଥିଲା। ସେହି ଲିଙ୍କରେ ତୁମର ୟୁନୋ ବ୍ୟାଙ୍କ କାମ କରୁ ନ ଥିବା ଦର୍ଶାଇ ତୁରନ୍ତ ଚାଲୁ କରିବାକୁ କୁହାଯାଇଥିଲା।ସମୀର ୟୁନୋ ବନ୍ଦ ପଡ଼ିଥିବାରୁ ହୁଏତ ଚାଲୁ କଲେ କ୍ରେଡିଟ କାର୍ଡ ମିଳିବ ଭାବି ଲିଙ୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ପରେ ତାଙ୍କ ପାଖକୁ କଲ୍ ଆସିଥିଲା। “ମୁଁ ଷ୍ଟେଟ ବ୍ୟାଙ୍କରୁ କହୁଛି। ତୁମ ମୋବାଇଲରେ ଏନିଡେସ୍କ ଡାଉନଲୋଡ କର।” ସମୀର ଏନିଡେସ୍କ ଡାଉନଲୋଡ କରିବାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୨ଲକ୍ଷ ୮୪ ହଜାର ଟଙ୍କା ଚାଲିଯାଇଥିଲା।

Advertisement

ତେବେ ଆମେ ଆପଣମାନଙ୍କୁ ଏଠାରେ କହିଦେବାକୁ ଚାହୁଛୁ ଯେ ଯଦି ଆପଣଙ୍କୁ ୟୁନୋ କିମ୍ବା କ୍ରେଡିଟ୍ କାର୍ଡ କିମ୍ବା ବ୍ୟାଙ୍କ ରୁ କୌଣସି କଲ ଆସୁଛି ତେବେ ତୁରନ୍ତୁ କିଛି ପଦକ୍ଷେପ ନେବା ପୂର୍ବରୁ ସାଇବର ଥାନାରେ ଜଣାନ୍ତୁ । ଏନିଡେସ୍କ ଏକ ଏପରି ସପ୍ଟୱେୟାର ଯାହାକୁ ଆପଣ ନିଜ ମୋବାଇଲରେ ଇନଷ୍ଟଲ କରିବା ପରେ ଆପଣଙ୍କ ପୋନକୁ ସାଇବର ଲୁଟେରା ମାନେ ଅତି ସହଜରେ ହ୍ୟାକ୍ କରି । ଆପଣଙ୍କ ମୋବାଇଲ ଫୋନରେ ଥିବା ସମସ୍ତ ଗୁପ୍ତତଥ୍ୟ ବା ଡାଟା ଚୋରୀ କରିନେଇଥାଏ ।
ସମୀର ବ୍ୟାଙ୍କ ଯାଇ ଆକାଉଣ୍ଟ ଚେକ୍ କରିବାରୁ ତାଙ୍କ ଆକାଉଣ୍ଟ ଜିରୋ ହୋଇଯାଇଥିଲା । ଏହାପରେ ସେ ବ୍ୟାଙ୍କ କର୍ମଚାରୀଙ୍କ ପରାମର୍ଶକ୍ରମେ ସାଇବରଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *