ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ରୌପ୍ୟ ଜିତିବା ପରେ ପୁରସ୍କାରରେ କେତେ ଟଙ୍କା ପାଇବେ ନୀରଜ୍ ।
1 min readପ୍ୟାରିସ୍ ଅଲିମ୍ପିକ୍ସରେ ୨୦୨୪ ଜାଭେଲିନ୍ ଥ୍ରୋ ଫାଇନାଲରେ ପାକିସ୍ତାନର ଅର୍ସଦ ନଦୀମ୍ ଇତିହାସ ସୃଷ୍ଟି କରି ସ୍ୱର୍ଣ୍ଣ ପଦକ ଜିତି ସଫଳ ହୋଇଥିବାବେଳେ ଭାରତର ନୀରଜ ଚୋପ୍ରା ରୈାପ୍ୟ ପଦକ ପାଇଥିଲେ । ୧୯୯୨ ବାର୍ସିଲୋନା ଅଲିମ୍ପିକ୍ସ ପରେ ଏହା ହେଉଛି ପାକିସ୍ତାନର ପ୍ରଥମ ଅଲିମ୍ପିକ୍ ପଦକ । ଏହାପୂର୍ବରୁ ନୀରଜ ସବୁବେଳେ ଦଶଟି ମ୍ୟାଚରେ ନଦୀମ୍ ଙ୍କୁ ପରାସ୍ତ କରିଥିଲେ।
ତେବେ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ମିଳିଛି ପ୍ରଥମ ରୌପ୍ୟ ପଦକ। ଜାତୀୟ ଥ୍ରୋରେ ୮୯.୪୫ ମିଟର ଫୋପାଡି ଜିତିଛନ୍ତି ସିଲଭର ମେଡାଲ। ନୀରଜଙ୍କ ୬ଟି ଥ୍ରୋ ମଧ୍ୟରୁ ୪ଟି ଫାଉଲ୍ ହୋଇଥିଲା। ତେବେ ଦ୍ୱିତୀୟ ଥ୍ରୋରେ ଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ରୌପ୍ୟ ପଦକ ପାଇଁ ଦାବିଦାର କରିଥିଲା। ସେପଟେ ପାକିସ୍ତାନର ଅର୍ସଦ ନଦୀମ୍ ୯୨.୯୭ ମିଟର ଫୋପାଡିଥିଲେ ।
ପ୍ୟାରିସ ଅଲିମ୍ପିକ୍ସରେ ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ମେଡାଲ ଜିତିସାରିଛି। ଜାଭେଲିନରେ ନୀରଜ ଚୋପ୍ରା ରୌପ୍ୟ ଜିତିଥିବା ବେଳେ ୩ଟି ବ୍ରୋଞ୍ଜ ମେଡାଲ ଆସିଛି ସୁଟିଂରୁ। ଯେଉଁଥିରୁ ଦୁଇଟି ଜିତିଛନ୍ତି ମନୁ ଭାକର। ସେହିପରି ହକିରେ ଭାରତୀୟ ଦଳ ସ୍ପେନକୁ ମାତ୍ ଦେଇ ବ୍ରୋଞ୍ଜ ପଦକ ଜିତିଛି।
ଚାଲନ୍ତୁ ଜାଣିବା ଅଲମ୍ପିକ୍ରେ କେରେ ପୁରସ୍କାର ରାଶି ପାଇଛନ୍ତି ଆଥଲେଟ୍ ?
ଆପଣଙ୍କ ଜାଣିବା ନିମନ୍ତେ କହି ରଖୁଛୁ ଯେ ପୂର୍ବରୁ ଟୋକିଓ ଅଲମ୍ପିକ୍ରେ ମେଡାଲ ଜିତିବା ଦ୍ୱାରା କହାକୁ ବି ପ୍ରାଇଜ୍ ଟଙ୍କା ଦିଆଯାଉନଥିଲା । କିନ୍ତୁ ପ୍ରଥମ ଥର ପାଇଁ ପ୍ୟାରିସ୍ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିବା ଆଥଲେଟଙ୍କ ପାଇଁ ପୁରସ୍କାର ରାଶୀ ଘୋଷଣା କରାଯାଇଛି । ଗୋଲ୍ଡ ମେଡାଲ ଜିତିବା ଆଥଲେଟଙ୍କୁ ୫୦ ହଜାର ଡଲାର ( ୧ କୋଟି ୪୦ ଲକ୍ଷ) ଟଙ୍କା ପ୍ରଦାନ କରାଯିବ । କିନ୍ତୁ ର୍ଦୁଭାଗ୍ୟ ବସତ ନୀରଜ୍ ଚୋପ୍ରା ଙ୍କୁ କୌଣସି ପୁରଷ୍କାର ରାଶି ଦିଆଯିବ ନାହିଁ । କାରଣ ସେ ରୈାପ୍ୟ ପଦକ ଜିତିଛନ୍ତି । ଆଉ ପ୍ୟାରିସ୍ ଅଲମ୍ପିକରେ କେବଳ ସ୍ୱର୍ଣ୍ଣ ପଦକ ଜିତିବା ଆଥଲେଟ୍ଙ୍କୁ ପୁରସ୍କାର ରାଶି ପାଇଁ ଘୋଷଣା କରାଯାଇଛି । ତେବେ ଏଥର କିନ୍ତୁ ସ୍ପଷ୍ଟ ହୋଇଛି ଯେ ୨୦୨୮ ରେ ହେବାକୁ ଥିବା ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତୁଥିବା ଆଥଲେଟଙ୍କୁ ପୁରସ୍କାର ରାଶି ଦିଆଯିବ ।
ସୁନା ପୁଅ ନୀରଜଙ୍କ ବଡ ରେକର୍ଡ –
୨୦୧୭- ଏସିଆନ ଚାମ୍ପିଅନସିପ୍ (ସ୍ୱର୍ଣ୍ଣ)
୨୦୧୮-ଏସିଆନ ଗେମ୍ସ (ସ୍ୱର୍ଣ୍ଣ)
୨୦୧୮-କମନୱେଲ୍ଥ ଗେମ୍ସ (ସ୍ୱର୍ଣ୍ଣ)
୨୦୨୦-ଟୋକିଓ ଅଲମ୍ପିକ(ସ୍ୱର୍ଣ୍ଣ)
୨୦୨୨-ଏସିଆନ ଗେମ୍ସ (ସ୍ୱର୍ଣ୍ଣ)
୨୦୨୨-ଡାଇମଣ୍ଡ ଲିଗ୍ (ସ୍ୱର୍ଣ୍ଣ)
୨୦୨୩- ଡାଇମଣ୍ଡ ଲିଗ୍ (ରୌପ୍ୟ)
୨୦୨୩- ୱାର୍ଲଡ୍ ଚ୍ୟାମ୍ପିଅନସିପ୍ (ସ୍ୱର୍ଣ୍ଣ)
୨୦୨୪-ପ୍ୟାରିସ୍ ଅଲମ୍ପିକ(ରୌପ୍ୟ)