Pratidin TV

Odisha's Digital News Platform

ଝିଅଙ୍କ ପାଇଁ ଆମିଷ ଛାଡ଼ିଦେଲେ CJI ଚନ୍ଦ୍ରଚୂଡ଼..

1 min read

 କଥାରେ ଅଛି, ଝିଅ  ହେଉଛି ତା ବାପାଙ୍କ ପାଇଁ  ରାଜକୁମାରୀ ଏଥିରୁ ପ୍ରଧାନ ବିଚାରପତି ବାଦ ପଡିବେ ବା କେମିତି । ସେ ତାଙ୍କ ଝିଅ ପାଇଁ ହୋଇଯାଇଛନ୍ତି ପୁରା ସାକାହାରୀ । ଆମିଷ ଖାଇବା ସବୁଦିନ ପାଇଁ ଛାଡିଦେଇଛନ୍ତି ।  ନିଜ ଝିଅ ଠାରୁ ପ୍ରେରଣା ପାଇ ଶୁଦ୍ଧଶାକାହୀର ହୋଇଥିବା କହିଛନ୍ତି ଚନ୍ଦ୍ରଚୁଡ୍ । ସୋମବାର ଦିନ ଦିଲ୍ଲୀ ହାଇକୋର୍ଟରେ ଭାଷଣ ଦେଇ ଭାରତର ପ୍ରଧାନ ବିଚାରପତି ପ୍ରକାଶ କରିଛନ୍ତି ଯେ ମୋର ଦୁଇ ଝିଅ   ପ୍ରିୟଙ୍କା ଏବଂ ମାହି – ଯେଉଁମାନେ ଅତୁଳନୀୟ ଦକ୍ଷ ଏବଂ ସେମାନେ ମୋର ସମସ୍ତ କାର୍ଯ୍ୟରେ ମୋତେ ପ୍ରେରଣା ଦିଅନ୍ତି। ମୁଁ ଏବେ ଶୁଦ୍ଧ ଶାକାହାରୀ ହୋଇଯାଇଛି।    କାରଣ ମୋ ଝିଅ  କହିଛନ୍ତି ଯେ, ଆମେ ଏକ ନିଷ୍ଠୁର ଜୀବନ ବଞ୍ଚିବା ଉଚିତ୍ ନୁହେଁ ।  ତାଙ୍କ ଝିଅମାନେ ଆହୁରି ମଧ୍ୟ କହିଥିଲେ ଯେ, କେବଳ ଏତିକି ଯଥେଷ୍ଟ ନୁହେଁ ।

ଏପରି କିଛି ପିନ୍ଧନ୍ତୁ ନାହିଁ, ଯାହା କ୍ରୁରତାର ଉତ୍ପାଦ ହୋଇଥିବ । ସେଥିପାଇଁ ସେ ଝିଅମାନଙ୍କ କଥା ମାନି କୌଣସି ରେଶମ ଉତ୍ପାଦ, କିମ୍ବା କୌଣସି ଚମଡା ସାମଗ୍ରୀ କିଣୁନାହାନ୍ତି । ଖାଲି ସେ ନୁହନ୍ତି ତାଙ୍କ ପତ୍ନୀ ମଧ୍ୟ କୌଣସି ଚମଡା ସାମଗ୍ରୀ କିଣୁନାହାନ୍ତି ।  ଅବଶ୍ୟ ପୂର୍ବରୁ ଯାହା କିଣିଛୁ ତାହା ତ ଫିଙ୍ଗି ପାରିବୁ ନାହିଁ । ବରଂ ଏହା ଧ୍ୟାନରେ ରଖିବୁ ଯେ ସେହି ଭୂଲ୍ ଆଉ ନକରି ଅଧିକ ଭିଗନ ଜୀବନଶୈଳୀରେ ବଞ୍ଚିବାକୁ ଧ୍ୟାନ ଦେବୁ । ଦିଲ୍ଲୀ ହାଇକୋର୍ଟ ପରିସରରେ ଭିନ୍ନକ୍ଷମଙ୍କ ଦ୍ୱାରା ପରିଚାଳିତ ଏକ ରେସ୍ତୋରାଂର ଆଉଲେଟ୍ ଉଦଘାଟନ କରିବା ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଡୁଡ୍ ।  ଜଷ୍ଟିସ୍ ଚନ୍ଦ୍ରଚୂଡ଼ 2015 ରେ ଦୁଇ ଝିଅଙ୍କୁ ପୋଷ୍ୟ ସନ୍ତାନ ଭାବେ  ଗ୍ରହଣ କରିଥିଲେ । ସେତେବେଳେ ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ କାର୍ଯ୍ୟ କରୁଥିଲେ। ପ୍ରଧାନ ବିଚାରପତିଙ୍କ ଉଭୟ ଝିଅ  ଭିନ୍ନକ୍ଷମ ସନ୍ତାନ ଅଟନ୍ତି ।  ଉତ୍ତରାଖଣ୍ଡର ଗାଁ ଯେଉଁଠାରେ ଏହି ଦୁଇ ଝିଅଙ୍କର  ଭଲ ବିଦ୍ୟାଳୟ ନଥିଲା ଏବଂ ସେ ଆହ୍ଲାବାଦସ୍ଥିତ ତାଙ୍କ ଘରେ ସେମାନଙ୍କ ଶିକ୍ଷା ପାଇଁ ବ୍ୟବସ୍ଥା କରିଥିଲେ। ପରେ ଯେତେବେଳେ ସେ ଦିଲ୍ଲୀ ଆସିଲେ, ତାଙ୍କୁ ସ୍କୁଲରେ ଆଡମିଶନ କରାଇଥିଲେ |

Advertisement

Leave a Reply

Your email address will not be published. Required fields are marked *