ବିିବାଦ ଘେରରେ ପରେଶ ରାୱଲ, ଜାରି ହେଲା ନୋଟିସ୍ ..
1 min readକୋଲକାତା : ବିବାଦ ଘେରରେ ଫସିଲେ ଭେଟନାରୀ ଅଭିନେତା ପରେଶ ରାୱଲ । ନିକଟରେ ପରେଶ ରାୱଲ ଏକ ନିର୍ବାଚନ ରାଲିରେ ବିଜେପି ପାଇଁ ପ୍ରଚାର କରୁଥିବାବେଳେ କହିଥିଲେ ଯେ ଗୁଜୁରାଟର ଲୋକମାନେ ମୂଲ୍ୟ ବୃଦ୍ଧି ବହନ କରିବେ କିନ୍ତୁ ପଡ଼ୋଶୀ ବାଂଲାଦେଶୀ ଏବଂ ରୋହିଙ୍ଗ୍ୟାଙ୍କୁ ସହ୍ୟ କରିପାରିବେ ନାହିଁ। ଏହି ସମୟରେ ପରେଶ ବଙ୍ଗୀୟମାନଙ୍କ ମାଛ ରାନ୍ଧିବା କଥାକୁ ନେଇ ମଧ୍ୟ ଟାର୍ଗେଟ୍ କରିଥିଲେ।
ତେବେ ବଙ୍ଗୀୟମାନଙ୍କ ପ୍ରତି ଏପରି ବିବାଦୀୟ ମନ୍ତବ୍ୟ ଦେବନା ପରେଶଙ୍କୁ ଡବାରି ପଡିଛି । ବିଭିନ୍ନ ପ୍ରକାରର ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ମଧ୍ୟ ଶିକାର ହେବାକୁ ପଡିଛି । ଏହାପରେ ଅଭିନେତା ଜଣଙ୍କ କ୍ଷମା ମଧ୍ୟ ମାଗିଥିଲେ। ସେପଟେ ଅଭିନେତା ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହମ୍ମଦ ସଲିମ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ କହିଥିଲେ, ପରେଶ ଜାଣିଶୁଣି ଶତ୍ରୁତାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପରେ ତ୍ରୁଣମୂଳ କଂଗ୍ରେସ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଜଣାଇଛନ୍ତି।
ଅଭିନେତା କ୍ଷମା ମଧ୍ୟ ମାଗିଥିଲେ। ସେପଟେ ଅଭିନେତା ଏଭଳି ବିବାଦୀୟ ମନ୍ତବ୍ୟକୁ ନେଇ ସାଂସଦ ମହମ୍ମଦ ସଲିମ ତାଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲେ। ସେ କହିଥିଲେ, ପରେଶ ଜାଣିଶୁଣି ଶତ୍ରୁତାକୁ ପ୍ରୋତ୍ସାହିତ କରୁଛନ୍ତି। ଏହା ପରେ ତ୍ରୁଣମୂଳ କଂଗ୍ରେସ ମଧ୍ୟ ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ଆପତ୍ତି ଜଣାଇଛନ୍ତି। ଏସବୁକୁ ନେଇ ବର୍ତ୍ତମାନ ଅଭିନେତା ଜଣଙ୍କ ଘୋର ଚିନ୍ତାରେ ଥିବା ଜଣାପଡିଛି ।