Pratidin TV

Odisha's Digital News Platform

ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଜାରି ହେଲା ନିର୍ଦ୍ଦେଶନାମା; ଅଗଷ୍ଟ ୧୫ରୁ ନିୟମ ଲାଗୁ, ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଆରମ୍ଭ ହେବ

1 min read

ଏଣିକି ‘ଗୁଡ ମର୍ଣ୍ଣିଂ’ ନୁହେଁ ‘ଜୟ ହିନ୍ଦ’ରୁ ଦିନ ଆରମ୍ଭ କରିବେ ଛାତ୍ରଛାତ୍ରୀ। ହରିୟାଣାର ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ‘ଗୁଡ ମର୍ଣ୍ଣିଂ’ରୁ ଦିନ ଆରମ୍ଭ ହେବ ନାହିଁ। ଏହା ବଦଳରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ ‘ଜୟ ହିନ୍ଦ’ କହିବାକୁ ପଡିବ।

ସୂଚନା ଅନୁଯାୟୀ, ଆଗାମୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରୁ ହରିୟାଣାର ସ୍କୁଲପିଲାମାନେ ଗୁଡ୍‌ ମର୍ନିଂ ବଦଳରେ ‘ଜୟ ହିନ୍ଦ୍‌’ କହି ପରସ୍ପରକୁ ଓ ସେମାନଙ୍କ ଶିକ୍ଷକଙ୍କୁ ଅଭିନନ୍ଦନ ଜଣାଇବେ। ରାଜ୍ୟର ସମସ୍ତ ଜିଲା ଏବଂ ବ୍ଲକସ୍ତରୀୟ ଶିକ୍ଷାନୁଷ୍ଠାନର ଅଧିକାରୀ ଏବଂ ପ୍ରିନ୍ସିପାଲ ତଥା ପ୍ରଧାନ ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶନାମା ଜାରି ହୋଇଛି | ଏଥିପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ପ୍ରାଥମିକ ଶିକ୍ଷା ଅଧିକାରୀ, ଜିଲ୍ଲା ବ୍ଲକ ଶିକ୍ଷା ଅଧିକାରୀ, ବ୍ଲକ ପ୍ରାଥମିକ ଶିକ୍ଷା ଅଧିକାରୀ ଏବଂ ପ୍ରଧାନଶିକ୍ଷକଙ୍କ ନିକଟକୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।

Advertisement

ବ୍ରିଟିଶ ଶାସନ ବିରୋଧରେ ଲଢ଼ି ଭାରତକୁ ସ୍ବାଧୀନ କରିବା ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ୍‌ ଫୌଜ ଗଢ଼ିଥିଲେ। ଏହି ସମୟରେ ସେ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ସହ ଏହାକୁ ଲୋକପ୍ରିୟ କରାଇଥିଲେ। ଦେଶ ସ୍ବାଧୀନ ହେବା ପରେ ଏହି ସ୍ଲୋଗାନକୁ ସଶସ୍ତ୍ର ବଳ ଅଭିବାଦନ ପାଇଁ ଗ୍ରହଣ କରିଥିଲା। ଏହା ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ବଜାୟ ରଖିବାକୁ ପ୍ରତିପାଦିତ କରିଥାଏ। ଜୟହିନ୍ଦ୍‌ କହିବା ଦ୍ୱାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶୃଙ୍ଖଳା ଓ ଏକତା ବଢ଼ିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଛାତ୍ରୀଛାତ୍ରଙ୍କ ମନରେ ଦେଶପ୍ରେମ ଏବଂ ଜାତୀୟତାବାଦର ଭାବ ଜାଗ୍ରତ କରିବା ପାଇଁ ହରିୟାଣା ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *