Pratidin TV

Odisha's Digital News Platform

କାଠଯୋଡିକୁ ଡେଇଁଥିବା ଶଳାଭାଉଜ ଓ ନଣନ୍ଦେଇ ଜୀବିତ ।

1 min read

ଗତକାଲି କାଠଯୋଡ଼ି ବ୍ରିଜ ଉପରୁ ଦୁଇ ସମ୍ପର୍କୀୟ ଡେଇଁବା ଘଟଣାରେ ଆସିଛି ବଡ଼ ଟ୍ବିଷ୍ଟ । ଶଳା ଭାଉଜ ବର୍ଷା ଲେଙ୍କା ଏବଂ ନଣଦେଇ କୃଷ୍ଣ ମୁଦୁଲି ଜୀବିତ । ନିଜେ ଦୁଇ ଜଣ ପୁରୀଘାଟ ଥାନାରେ ପହଞ୍ଚିଥିବା ପୋଲିସର ସୂଚନା । ଦୁଇ ଜଣକୁ ହେପାଜତକୁ ନେଇ ମେଡିକାଲ ଟେଷ୍ଟ ପାଇଁ ନେଲା ପୁରୀଘାଟ ଥାନା ପୋଲିସ୍ ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟାରେ କଟକ ବାରଙ୍ଗ ତ୍ରିଶୁଳିଆ ନିକଟ କାଠଯୋଡ଼ି ପୋଲ ଉପରେ ମୋବାଇଲ୍ ଓ ଆଧାରକାର୍ଡ ରଖି ପାଣିକୁ ଡେଇଁପଡି ଥିଲେ ଶଳା ଭାଉଜ ବର୍ଷା ଲେଙ୍କା ଏବଂ ନଣଦେଇ କୃଷ୍ଣ ମୁଦୁଲି । ଉଭୟ ପାଣିକୁ ଡେଇଁବାର ଦୃଶ୍ୟ ସ୍ଥାନୀୟ ଲୋକ ଦେଖିଥିଲେ ମଧ୍ୟ ସେମାନେ କିଛି ଭାବିବା ପୂର୍ବରୁ ଅଘଟଣ ଘଟି ସାରିଥିଲା। ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣା ସ୍ଥଳରେ ପହଁଚି ଖୋଜାଖୋଜି କରିଥିଲେ ମଧ୍ୟ ଅନ୍ଧାର ଯୋଗୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

Advertisement

Leave a Reply

Your email address will not be published. Required fields are marked *