Pratidin TV

Odisha's Digital News Platform

୪ ଦିନ ହେବ ଧାରଣାରେ ଧଳ ପରିବାର, ବର୍ଷାରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଅହୋରାତ୍ର ଧାରଣା

1 min read

ପୁରୀ ; ଲିଖିତ ପ୍ରତିଶ୍ରୁତି କାର୍ଯ୍ୟ ନହେବାରୁ ପୁଣି ଧାରଣା ରେ ବସିଲେ ପିପିଲି କଣ୍ଟି ପଂଚାୟତ ନିଜିଗକୁରୁଖୀ ଗ୍ରାମ ର ଧଳ ପରିବାର। ନିଜ ପୈାତୃକ ସମ୍ପତ୍ତିର ହକ ପାଇଁ ଉକ୍ତ ଗ୍ରାମର ସୁରଥ ଧଳଙ୍କ ପୁରା ପରିବାର ଗତ ୪ ଦିନ ହେଲା ପିପିଲି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅହୋରାତ୍ର ଧାରଣା ଦେଇଛନ୍ତି। ମଶା ଡାଆଁସ ବର୍ଷା ମାଡ଼ ଖାଇ ଉକ୍ତ ପରିବାର ସେମାନଙ୍କ ଛୋଟ ଛୋଟ ପିଲାଙ୍କୁ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ପ୍ରଶାସନିକ ସ୍ତରରେ ପରିବାର କୁ ନ୍ୟାୟ ଦେବା ପାଇଁ ଅସମର୍ଥ ହେଉଛନ୍ତି ।

ପୂର୍ବରୁ ଉକ୍ତ ପରିବାରକୁ ବାରମ୍ବାର ସମାଧାନ ନିମନ୍ତେ ଲିଖିତ ପ୍ରତିଶୃତି ମିଳିଥିଲା ମାତ୍ର ତାହା କାଗଜ ପତ୍ର ରେ ସିମିତ ହୋଇରହି କାର୍ଯ୍ୟାକାରୀ ହୋଇପାରୁନି । କାହା ଚାପରେ ପିପିଲି ପ୍ରଶାସନ ଉକ୍ତ ପରିବାର କୁ ନ୍ୟାୟ ଦେବା ପାଇଁ ଅସମର୍ଥ ପ୍ରକାଶ କରୁଛି, କିଏ ସେ ବାହୁବଳୀ ନେତା.. ତାହା କୁ ନେଇ ଅନେକ ପ୍ରଶ୍ନ ବାଚି ସୃଷ୍ଟି ହେଲାଣି। ଧାରଣା ରେ ଛୋଟ ଛୋଟ ପିଲା ସାମିଲ ହୋଇଥିବା ବେଳେ ବର୍ଷା ମାଡ଼ ଖାଇ ଖୋଲା ମେଲା ରେ ୪ଦିନ ବିତି ଗଲାଣି ।

Advertisement

ବନ୍ଦୋବସ୍ତ ସମୟରେ ପ୍ରଶାସନିକ ସ୍ତରରେ ବଡ଼ ତୃଟି ପାଇଁ ଉକ୍ତ ପରିବାର ଦିର୍ଘ ବର୍ଷ ହେଲା ଏଭଳି ଦଶା ଭୋଗୁଥିବା ବେଳେ ସମାଧାନ ପାଇଁ ଏବେ ପ୍ରଶାସନ ଅସମର୍ଥ ପ୍ରକାଶ କରୁଛି। ତେବେ ନ୍ୟାୟ ନପାଇବା ପର୍ଯ୍ୟାନ୍ତ ଏହି ଅନଶନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟାନ୍ତ ଜାରି ରହିବ ଏବଂ ନୂଆ ମୋହନ ସରକାର ଆମକୁ ନିଶ୍ଚୟ ନ୍ୟାୟ ଦେବେ ବୋଲି ଦୃଢ ବିଶ୍ବାସ ରଖି କହିଛନ୍ତି ପୁରା ପରିବାର। ଯେଁଉ ତୃଟି ସରକାରୀ ସରକାରୀ ସ୍ତରରେ ହୋଇଛି ତାହା ସରକାର ହିଁ ସମାଧାନ କରିବାକୁ ଉକ୍ତ ପରିବାର ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *