ରାହୁଲଙ୍କ ମୁଁହରେ ମୋଦିଙ୍କ ପ୍ରଶଂସା , ଏକ୍ସ ରେ ଲେଖିଲେ ଏମିତି କିଛି …
1 min readମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜୁଲାଇ ୩୦ରେ କେରଳର ୱାୟନାଡରେ ଘଟିଥିବା ଭୂସ୍ଖଳନ ଘଟଣା ସାରା ଅଞ୍ଚଳକୁ ଛାରଖାର କରିଦେଇଛି। ଏଥିରେ 400ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଲୋକ ନିଖୋଜ ଅଛନ୍ତି। ଘର ନଷ୍ଟ ହୋଇଯାଇଛି। ଲୋକମାନେ କୌଣସି ପ୍ରକାରେ ନିଜ ପ୍ରିୟଜନ ମିଳିବା ଆଶାରେ ଦିନ ବିତାଉଛନ୍ତି। ଏନେଇ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂସ୍ଖଳନ ପ୍ରଭାବିତ ୱାୟନାଡ ପରିଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୧ଟାରେ କନ୍ନୁରରେ ପହଞ୍ଚିବେ। ତେବେ ଏହାକୁ ନେଇ ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୋସିଆଲ ମିଡିଆରେ ପ୍ରଶଂସା କରିଛନ୍ତି। ମୋଦିଙ୍କ ଗସ୍ତକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏକ ପୋଷ୍ଟ କରି ରାହୁଲ କହିଛନ୍ତି, ମୋଦିଜୀ, ଏହି ଦୁଃଖଦ ଘଟଣା ସମ୍ପର୍କରେ ବ୍ୟକ୍ତିଗତ ଭାବେ ଜାଣିବା ପାଇଁ ୱାୟନାଡରେ ପହଞ୍ଚିଥିବାରୁ ଧନ୍ୟବାଦ। ଏହା ଏକ ଭଲ ନିଷ୍ପତ୍ତି। ଉକ୍ତ ପୋଷ୍ଟରେ ରାହୁଲ ଗାନ୍ଧୀ ଆହୁରି କହିଛନ୍ତି, ମୁଁ ନିଶ୍ଚିତ ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ବିନାଶର ମାତ୍ରା ଦେଖିବେ, ସେତେବେଳେ ସେ ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବେ। କହିରଖୁଛୁ ଯେ, ଏହି ଯାତ୍ରା ସମୟରେ ପିଏମ ମୋଦି ରିଲିଫ କ୍ୟାମ୍ପ ଏବଂ ଡାକ୍ତରଖାନା ପରିଦର୍ଶନ କରିବେ। ସେଠାରେ ସେ ଭୂସ୍ଖଳନରେ ପୀଡିତ ଏବଂ ଆହତ ଲୋକଙ୍କୁ ଭେଟିବେ। ଏହା ସହିତ ସେ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ।