Pratidin TV

Odisha's Digital News Platform

ଧୋନିଙ୍କ ନାଁରେ ସାଂଘାତିକ ମାମଲା ରୁଜୁ, କୋଟି କୋଟି ଟଙ୍କାର କରିଛନ୍ତି ଠକେଇ…

1 min read

ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନି ଏବେ ପୁଣି ଚର୍ଚ୍ଚାରେ। ତାଙ୍କ ନାଁରେ ହୋଇଛି ସାଂଘାତିକ ମାମଲା ରୁଜୁ । କୋଟିକୋଟି ଟଙ୍କା ଠକେଇ ଅଭିଯୋଗରେ ତାଙ୍କ ନାଁରେ ହୋଇଛି ଅଭିଯୋଗ। ବିସିସିଆଇ ଅଧିକାରୀଙ୍କ ନିକଟକୁ ମହେନ୍ଦ୍ର ସିଂ ଧୋନିଙ୍କ ବିରୋଧରେ କନଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ଅଭିଯୋଗ ଆସିଛି। ବିସିସିଆଇର ନିୟମ ୩୯ ଅନୁଯାୟୀ ବୋର୍ଡର ଏଥିକ୍ସ କମିଟି ପାଖରେ ଏହି ଅଭିଯୋଗ କରାଯାଇଛି ଦାଖଲ ।

ଘଟଣା ହେଉଛି, ଉତ୍ତରପ୍ରଦେଶର ଆମେଥୀ ଜିଲାର ବାସିନ୍ଦା ରାଜେଶ କୁମାର ମୌର୍ଯ୍ୟ ଏହି ଅଭିଯୋଗ କରିଛନ୍ତି। ଏହି ଅଭିଯୋଗରେ ୧୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଯାହାକି ଭାରତୀୟ କ୍ରିକେଟର ଏମଏସ ଧୋନିଙ୍କ ଦ୍ୱାରା ରାଞ୍ଚିର ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଦାଖଲ କରାଯାଇଥିଲା। ବିସିସିଆଇର ଏଥିକ୍ସ କମିଟି ଅଗଷ୍ଟ ୩୦ସୁଦ୍ଧା ଧୋନିଙ୍କଠାରୁ ଯବାବ ମାଗିଛି। ଏହା ବ୍ୟତୀତ ରାଜେଶ କୁମାର ମୌର୍ଯ୍ୟଙ୍କୁ ୧୬ ସେପ୍ଟେମ୍ବର ସୁଦ୍ଧା ଯବାବ ଦେବାକୁ କୁହାଯାଇଛି।

Advertisement

ରାଞ୍ଚି ସିଭିଲ କୋର୍ଟରେ ମିହିର ଦିୱାକର ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରେ ଏମଏସ ଧୋନି ଏକ ଠକେଇ ମାମଲା ଦାୟର କରିଛନ୍ତି। ଏଥିରେ ମିହିର ଦିୱାକରଙ୍କ ବ୍ୟତୀତ ଧୋନିଙ୍କ ସହ ବ୍ୟବସାୟ କରୁଥିବା ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ ବିରୋଧରେ ଠକେଇ ଅଭିଯୋଗ ଆସିଥିଲା। କୁହାଯାଇଥିଲା ଯେ ଭାରତୀୟ କ୍ରିକେଟରଙ୍କୁ ୧୫ କୋଟି ଟଙ୍କା ଠକେଇ କରାଯାଇଛି।

ମାର୍ଚ୍ଚ ୨0, ୨0୨୪ରେ ଅନୁଷ୍ଠିତ ଶୁଣାଣିରେ ରାଞ୍ଚି ସିଭିଲ କୋର୍ଟ ଏହି ମାମଲାକୁ ସଠିକ୍ ବୋଲି ଜାଣିବାକୁ ପାଇଥିଲେ, ଯେଉଁଥିପାଇଁ ମିହିର ଦିୱାକର, ସୋମିଆ ଦାସ ଏବଂ ଆର୍କା ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡକୁ ଡକାଯାଇଥିଲା। ବିଶେଷକରି ମିହିର ଦିୱାକରଙ୍କୁ ଧୋନି ଚୁକ୍ତିନାମା ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା। ଚୁକ୍ତିନାମା ୨0୨୧ ମସିହାରେ ଶେଷ ହୋଇଯାଇଥିଲା, ତଥାପି ମିହିର ଦିୱାକରଙ୍କ କମ୍ପାନୀ ତାଙ୍କ ନାମ ବ୍ୟବହାର ଜାରି ରଖିଥିଲେ।

ଏହି ପରିପ୍ରେକ୍ଷୀରେ ଧୋନିଙ୍କ ଓକିଲ ଦିନାନନ୍ଦ ସିଂ ଯୁକ୍ତି କରିଛନ୍ତି ଯେ ମିହିରଙ୍କ କମ୍ପାନୀ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ଅନେକ ଏକାଡେମୀ ଖୋଲିଛି, କିନ୍ତୁ ଏହା ସତ୍ତ୍ୱେ ଧୋନିଙ୍କୁ ଲାଭରେ କୌଣସି ଅଂଶ ଦିଆଯାଇ ନାହିଁ। କୁହାଯାଇଥିଲା ଯେ ଏହି କାରଣରୁ ଧୋନି ପ୍ରାୟ ୧୫ କୋଟି ଟଙ୍କା କ୍ଷତି ସହିଛନ୍ତି।

Leave a Reply

Your email address will not be published. Required fields are marked *